ଓଡିଶା

ବଲାଙ୍ଗିର:ଅପରାଧ ବଢାଉଛି ମଦ । କେତେବେଳେ କେଉଁଠି କାହାର ପରିବାର ଉଜୁଡୁଛି ତ ଆଉ କେତେବେଳେ କାହାର ଜୀବନ ଯାଉଛି । ତଥାପି ସୁଧୁରୁ ନାହାନ୍ତି ମଦୁଆ । ଖାସକରି ଗାଡି ମଦ ପିଇ ଗାଡି ଚଳାଇବା ଦ୍ୱାରା ଅନେକ କ୍ଷୟ କ୍ଷତି ଘଟି ଅକାଳରେ ଚାଲିଯାଉଛି ନିରୀହ ଜୀବନ । ସେହିପରି ଅଙ୍କିତ ପାଣ୍ଡେ ନାମକ ଜଣେ ମଦୁଆ ଟ୍ରକ ଚାଳକ ଜଣେ ସିକ୍ୟୁରିଟି ଗାର୍ଡର ଜୀବନ ନେଇଛନ୍ତି । ଅଙ୍କିତ ବିବାହରର ହୋଇଥିବା ବେଳେ ସେ ଗତକାଲି ବଲାଙ୍ଗୀର ସହର ପିପି ଏକାଡେମି ରାସ୍ତା ଦେଇ ପାରଳା ଖେମୁଣ୍ଡି ଯିବା ବାଟରେ ଦୁର୍ଘଟଣା ଘଟାଇଥିଲେ ।

ସୂଚନା ମୁତାବିକ ଗତକାଲି ବିଳମ୍ବିତ ରାତିରେ ପାଟଣାଛକ ନିକଟରେ ରାସ୍ତାକଡ଼କୁ ମାଡିଗଲା ଟ୍ରକ। ଚାଳକ ଜଣକ ଏତେ ମାତ୍ରାରେ ନିଶାରେ ଥିଲେ ସେ ଟ୍ରକ ଚଳାଉଥିବା ସମୟରେ ରାଧିକା ଅଳଙ୍କାର ଦୋକାନ ସମ୍ମୁଖରେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଉପରକୁ ମାଡିଯାଇଥିଲା ଟ୍ରକ। ଗୁରୁତର ସିକ୍ୟୁରିଟିଗାର୍ଡ ସିଧାର୍ଥ ପଧାନଙ୍କୁ ବଲାଙ୍ଗିର ହସପିଟାଲ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଟ୍ରକକୁ ଜବତ କରିଛି। ୨୨ ବର୍ଷୀୟ ସିର୍ଦ୍ଧାଥ ପ୍ରଧାନ ଘରର ଏକମାତ୍ର ପୁଅ ଥିଲେ । ଏବଂ ସେ ଜଣେ ହିଁ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଇଉଥିଲେ । ହେଲେ ମଦୁଆ ଚାଳକଙ୍କ ପାଇଁ ତାଙ୍କର ଅକାଳରେ ଜୀବନ ଚାଲିଯାଇଛି । ସେପଟେ ମୃତକଙ୍କ ପରିବାର କ୍ଷତି ପୂରଣ ଦାବି କରିଥିବା ସୂଚନା ରହିଛି ।

 

Related posts

ବାବୁସାନ ଘରକୁ ଫେରିବାକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା 

mahabharatanews

ସମ୍ବଲପୁର ମେମୁ ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

mahabharatanews

ଗ୍ରୀଷ୍ମ ପ୍ରବାହ: ଏଣିକି ୭ଟାରୁ ସ୍କୁଲ

mahabharatanews