(ବାଲେଶ୍ୱର): ବାଲେଶ୍ୱର ସହରରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ଆଜି ପୂର୍ବାହ୍ନରେ ସହରର ଗଡଗଡିଆ ଛକସ୍ଥିତ ଲକ୍ଷ୍ମୀ ସହ ମିଲରେ ହୋଇଛି । ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଲୋକମାନେ ହଠାତ୍ ଦେଖିବାକୁ ପାଇଥିଲେ ସ ମିଲ ଭିତରୁ ଧୂଆଁ ବାହାରୁଛି । ଏହା ପରେ ନିଆଁର ଧାସ ମଧ୍ୟ ଆକାଶ ଛୁଇଁବାକୁ ଲାଗିଲା । ଲୋକେ କାଳ ବିଳମ୍ବ ନ କରି ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗି ଯାଇଥିଲା । ଏହି ନିଆଁରେ ମିଲର ଲକ୍ଷାଧିକ ଟଙ୍କାର ମେସିନ, ଅନ୍ୟାନ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ତେବେ ନିଆଁ ସର୍ଟ ସର୍କିଟରୁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନାଯୋଗ୍ୟ, ପ୍ର।।ୟ ଏକ ବର୍ଷ ହେବ ସ ମିଲଟି ବନ୍ଦ ପଡିଛି । କିନ୍ତୁ ମିଲ ମଧ୍ୟରେ ବହୁ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରହିଥିଲା ।
previous post
