ଓଡିଶା

କୋଭିଡ-୧୯ ହସ୍ପିଟାଲ ଉପରେ ବାୟୁ ସେନାର ପୁଷ୍ପ ବୃଷ୍ଟି

(ଭୁବନେଶ୍ୱର): କରୋନା ଲଢ଼େଇରେ ପ୍ରମୁଖ ଭୂମିକା ତୁଲାଉଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆଗଧାଡିରେ ରହିଛନ୍ତି ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ତଥା ପୁଲିସ । ଏହି ଆଗଧାଡିର କରୋନା ଯୋଦ୍ଧାଙ୍କ ନିରବଚ୍ଛିନ୍ନ ସେବା ମନୋବୃତ୍ତି ପାଇଁ ବହୁ ଜୀବନ ବଞ୍ଚୁଥିବା ବେଳେ କିନ୍ତୁ ଏମାନଙ୍କ ଜୀବନ ପ୍ରତି ରହିଛି ବିପଦ । ଏହା ବ୍ୟତୀତ କରୋନା ଯୁଦ୍ଧରେ ସାମିଲ ହୋଇଥିବାରୁ ଏମାନେ ନିଜ ପରିବାର ଠାରୁ ଦୂରେଇ ଯାଇଛନ୍ତି । ଏହି ଯୋଦ୍ଧାଙ୍କ ସେବାକୁ ସମ୍ମାନ ଦେଇ ଭାରତୀୟ ସେନା ପକ୍ଷରୁ ରବିବାର ଏକ ନୂଆ କାର୍ଯ୍ୟ କରିଛି । ଏହି ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଯାଇ ସେନା ପକ୍ଷରୁ ପ୍ରଥମେ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ପୋଲିସ ସ୍ମାରକୀରେ ପୁଷ୍ପ ବର୍ଷା କରାଯାଇଥିଲା। ୩ ସେନା ମୁଖ୍ୟଙ୍କ ସମେତ ବିଭିନ୍ନ ନେତୃବୃନ୍ଦ ପୁଷ୍ପ ଅର୍ପଣ କରାଯାଇଛି। ପରେ ଦେଶର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ବାୟୁସେନା ପକ୍ଷରୁ ପୁଷ୍ପବୃଷ୍ଟି କରାଯାଇଛି। ଏହି କ୍ରମରେ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲରେ ମଧ୍ୟ ହେଲିକାପ୍ଟରରୁ ପୁଷ୍ପ ବର୍ଷା କରାଯାଇଛି। ଏଥିପାଇଁ ହସ୍ପିଟାଲର ସମସ୍ତ କର୍ମଚାରୀ ବାହାରକୁ ଆସିଥିଲେ। ବାୟୁ ସେନାର ଏହି ନିଆରା ସମ୍ମାନ ପ୍ରଦର୍ଶନ କରୋନା ଯୋଦ୍ଧାଙ୍କ ମନୋବଳ ଦୃଢ଼ କରିବ ବୋଲି ଆଶା କରାଯାଉଛି ।

Related posts

ଆଜି ବି ବର୍ଷା ସମ୍ଭାବନା;  ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି  

mahabharatanews

କଂଗ୍ରେସ ସେବାଦଳ ସଦ୍ଭାବନା ସମାବେଶର ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ

mahabharatanews

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଭାଇଙ୍କର ଦେହାନ୍ତ…

mahabharatanews