ଭାରତ

ଏଣିକି ଅଯୋଧ୍ୟାକୁ ଫୋନ ମନା

(ଅଯୋଧ୍ୟା) : ଏଣିକି ଅଯୋଧ୍ୟାକୁ ଫୋନ ମନା । ରାମଲାଲାଙ୍କ ମନ୍ଦିରରେ ମୋବାଇଲ୍ ଫୋନ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ରାମ ମାଣ୍ଡିର ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ସୂଚନା ପ୍ରଦାନ କରି ମନ୍ଦିରର ଟ୍ରଷ୍ଟି ଅନିଲ ମିଶ୍ର କହିଛନ୍ତି ଯେ ଭକ୍ତଙ୍କ ସୁରକ୍ଷା ତଥା ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା। ଏବେ କିନ୍ତୁ ଭିଆଇପି ଓ ଭିଭିଆଇପିଙ୍କୁ ମଧ୍ୟ ବାରଣ କରାଯାଇଛି। ଶନିବାର ଠାରୁ ଏହି କଡ଼ା ନିୟମ ଲାଗୁ କରାଯାଇଛି।

ସୂଚନାନୁଯାୟୀ, ରାମ ମନ୍ଦିର ଟ୍ରଷ୍ଟ ବୋର୍ଡର ବୈଠକ ବସିଥିଲା। ଏଥିରେ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏଥିସହ ମନ୍ଦିର ଭିତରକୁ ମୋବାଇଲ୍‌ ଫୋନ୍‌କୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାକୁ ନିଷ୍ପତ୍ତି ହୋଇଛି। ଟ୍ରଷ୍ଟି ଅନୀଲ ମିଶ୍ରା କହିଛନ୍ତି, ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି। ସମସ୍ତ ଭକ୍ତଙ୍କୁ ଏହି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି। ଟ୍ରଷ୍ଟି ଅନୀଲ ମିଶ୍ରାଙ୍କ କହିବା ମୁତାବକ, ରାମ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ମୋବାଇଲ ଫୋନ୍‌ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ଭକ୍ତମାନେ ଲକର୍‌ ସୁବିଧା ପାଇବେ। ଏଥିରେ ସେମାନେ ନିଜର ମୋବାଇଲ୍‌ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଓ ଲଗେଜ ରଖିପାରିବେ।

 

Related posts

କେନ୍ଦ୍ର ସରକାରଙ୍କ GST ପରେ ମାସେ ଭିତରେ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ

mahabharatanews

ଖାତକୁ ଖସିପଡ଼ିଲା ବସ୍‌, ୧୧ ମୃତ ଓ ୮ ଗୁରୁତର

mahabharatanews

ମୋ କିଡନୀ ଚୋରି କରିଥିବା ଡାକ୍ତରଙ୍କ କିଡନୀ ମୋତେ ଦିଅ

mahabharatanews