ଓଡିଶା

ଆବାସ ଯୋଜନାରୁ ବଞ୍ଚିତ କୁଡୁଞ୍ଜି

(ସନ୍ତୋଷ କୁମାର ଲମ୍ବାତା /ରାୟଗଡା): ଫେଲ ମାରୁଛି ସରକାରୀ ଯୋଜନା । ରାଜ୍ୟ ଓ କେନ୍ଦ୍ରସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରି ଆସୁଥିଲେ ମଧ୍ୟ ଗରିବମାନଙ୍କ ପାଖରେ ପହଞ୍ଚି ପାରୁନୀ ସରକାରୀ ଯୋଜନା । ପ୍ରଶାସନ ର ଅବହେଳା ଯୋଗୁଁ ବହୁ ଗରିବ ଶ୍ରେଣୀର ଲୋକେ ଘର ଖଣ୍ଡିଏ ନପାଇ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ତାହା ବାସ୍ତବରେ ଆଖିରେ ନଦେଖିଲେ ବିଶ୍ବାସ କରିହେବନାହିଁ।ଘର ଖଣ୍ଡିଏ ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରି କରି ଥକି ପଡିଲେଣି ଅସହାୟ ବିଧବା କୁଡୁଞ୍ଜି। ଭଙ୍ଗା,ଦଦରା କୁଡିଆରେ ମୁଣ୍ଡ ଗୁଞ୍ଜି ଆସୁଛନ୍ତି ୪ ପ୍ରାଣୀ। ଏହାର ଜଳନ୍ତା ଉଦାହରଣ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଧାମୁଣିପଙ୍ଗା ପଞ୍ଚାୟତର କାଳିଆଗୁଡା ଗାଁର କୁଡୁଞ୍ଜି ପରିବାର।ଏହି ପରିବାରରେ ମୋଟ ୪ ଜଣ ରୁହନ୍ତି।ପରିବାର କହିଲେ ୨ଟି ଝିଅ ଏବଂ ଗୋଟିଏ ପୁଅ। ଏହି ପରିବାର ମାଟି ଲେସା ଇଟା କାନ୍ଥରେ ଚାଳ ଛପର କରି ରହିଆସୁଥିଲେ।କିଛି ବର୍ଷ ପରେ ଘରର ଚାଳ ଭୁସୁଡି ପଡିଥିଲା।ଗୋଟିଏ ପଟେ ଘରର ଚାଳ ରହିଥିବା ବେଳେ ଅନ୍ୟପାର୍ଶ୍ବରେ ଛପର ନାହିଁ।ଘର କାନ୍ଥ ଭାଙ୍ଗି ପଡିଛି ।ଏହି ଭଙ୍ଗା ଦଦରା ଘରେ ୪ ଜୀବନ ପଡିରହିଛନ୍ତି ତାହା କେତେବେଳେ ଭାଙ୍ଗି ପଡିବ ତାହା କହିହେବନାହିଁ।ଦିନରେ ସୂର୍ୟ୍ୟକିରଣ ରାତ୍ରରେ ଚନ୍ଦ୍ରକିରଣ ଘରେ ପଡିଥାଏ। ବର୍ଷା ଦିନ ହେଲେ ଏହି ପରିବାର ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେ କେବଳ ବିଧବା ଭତ୍ତା ଓ ରାସନ୍ କାର୍ଡ ପାଇଛନ୍ତି।ଏତିକିରେ ପରିବାର ଭରଣ ପୋଷଣ ରେ ଅସୁବିଧା ହେଉଥିବା ଯୋଗୁଁ ମା ଓ ଝିଅ ମିଶି କୁଲି କାମ ମଧ୍ୟ କରିଥାନ୍ତି।ଏହିପରି ଯେତିକି ରୋଜଗାର କରୁଛନ୍ତି ତାହା ଘର ଚଳିବାରେ ନିଅଣ୍ଟ ହେଉଛି।ଘର ସଜାଡିବେ କେବେ ଏବଂ ତାଙ୍କର ପୁଅ ପ୍ରମେଶ ଜନ୍ମରୁ ମୁର୍ଛା ରୋଗରେ ଆକ୍ରାନ୍ତ ହୋଇଛି।ଯାହା ଫଳରେ ପାଠ ପଢିବାକୁ ବିଦ୍ୟାଳୟକୁ ଯାଉନାହିଁ କି ଏହାର ଉତ୍ତମ ଚିକିସ୍ଛା ପାଇଁ ପରିବାର ପାଖରେ ଆର୍ଥୀକ ସମ୍ବଳ ଅଭାବ ରହିଛି।ତେଣୁ ଏହି ପରିବାର ସମ୍ପୁର୍ଣ୍ଣ ଦରିଦ୍ର ସିମାରେଖାରେ ରହିଛନ୍ତି।ଘର ଖଣ୍ଡିଏ ପାଇଁ ବିଧବା କୁଡୁଞ୍ଜି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହୋଇପଡିଲେଣି । କିନ୍ତୁ ଆଜିପର୍ୟ୍ୟନ୍ତ ସରକାର ତରଫରୁ ଘର ଖଣ୍ଡିଏ ମିଳି ପାରିଲାନି।ଏମିତି ଅନେକ ଅସହାୟ ଗରିବ ପରିବାର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମୋ କୁଡିଆ,ବିଜ୍ଜୁ ପକ୍କା ଘର,ନିର୍ମାଣ ଶ୍ରମିକ ଗୃହ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା ଦଦରା କୁଡିଆରେ ବିପଦ ସଙ୍କୁଳ ଅବସ୍ଥାରେ ରହିଆସୁଛନ୍ତି।ଏହାକୁ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ଏହି ଗରିବ ବିଧବା ପ୍ରତି ସଦୟ ହୋଇ ଆବାସ ଯୋଜନାରେ ସାମିଲ୍ କରି ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଅନୁପ୍ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ୨୦୧୧ ରେ ଆବାସ ଯୋଜନା ପାଇଁ ଯେତିକି ନାମ ପଞ୍ଜୀକରଣ କରାଯାଇଥିଲା ସେମାନଙ୍କ ନାମ ରେଙ୍କିଙ୍ଗ୍ ତାଲିକାରେ ଆସିବାରୁ ଯୋଗାଇଦିଆଯାଇଛି। ବର୍ତ୍ତମାନ ୨୦୨୦-୨୧ ବର୍ଷ ରେ ପଞ୍ଚାୟତ ଠାରେ ଯେଉଁ ହିତାଧିକାରୀ ଘର ପାଇଁ ନାମ ପଞ୍ଜୀକରଣ କରିବେ ସେମାନଙ୍କୁ ଆବାସ ଯୋଜନାରେ ସାମିଲ୍ କରି ଘର ଯୋଗାଇଦିଆଯିବ ବୋଲି କହିଛନ୍ତି।

Related posts

ଆଜି ସିପିଇଟି ପ୍ରବେଶିକା ପରୀକ୍ଷା

mahabharatanews

ବରୀ ବ୍ଲକରେ କୋଭିଡ ନିୟମକୁ ଫୁ, ସାମାଜିକ ଦୂରତା ନମାନି ଡଙ୍ଗାରେ ଯାଉଛନ୍ତି ଲୋକେ

mahabharatanews

ଆଖୁ କିଆରୀରେ ଅଗ୍ନିକାଣ୍ଡ, ୪୦ ଏକର ଫସଲ ନଷ୍ଟ

mahabharatanews