ଓଡିଶା

ତିରିଂରେ ୪କରୋନା ଆକ୍ରାନ୍ତ ଚିହ୍ନଟ

(ସତ୍ୟନାରାୟଣ ପାଲ /ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡରେ କରୋନା ତାର କାୟା ବିସ୍ତାର କରିଚାଲିଛି । ଶୁକ୍ରବାର ଦିନ ମୟୂରଭଂଜ ଜିଲ୍ଲାର ଝାଡ଼ଖଣ୍ଡ ସିମାନ୍ତବର୍ତୀ ଜାମଦା ବ୍କକରେ ଜଣେ ଅଗ୍ନିଶମ କର୍ମଚାରୀ , ଜଣେ ଭିଏଲଡବ୍ଲ୍ୟୂ,ଜଣେ ସ୍ବାସ୍ଥ୍ୟ କର୍ମଚାରୀ,୨ଜଣ ସ୍ଥାନୀୟଙ୍କୁ ଚିହ୍ନଟ କରାଯାଇ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେଥିମଧ୍ୟରୁ ୪ଜଣ ନିଜ ପରିବାର ସହ ରହୁଥିଲେ । ସେହିଭଳି ଝାଡ଼ଖଣ୍ଡ ସିମାନ୍ତ ତିରିଂ ବ୍ଲକର ଶନିବାର ଦିନ ମିଳିଥିବା ଖବର ଅନୁସାରେ ୪ଜଣ ଆକ୍ରାନ୍ତ ଚିହ୍ନଟ କରାଯିବା ସହ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଥମ ଥର ପାଇଁ ତିରିଂ ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଜଣ କରୋନା ଯୋଦ୍ଧା ଏବଂ ମହିଳା ।୨ ଜଣ ପୁରୁଷ ଜଣେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରୁ ଚିହ୍ନଟ କରାଯାଇଛି । ଅନ୍ୟ ମାନେ ପରିବାର ସହ ରହୁଥିଲେ ।
ଜାମଦା ଭିଏଲଡବ୍ଲ୍ୟୁ ଗତ ୮ ତାରିଖରେ ପଞ୍ଚାୟତ ସମିତି କାର୍ୟ୍ୟାଳୟରେ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ସରକାରୀ କର୍ମଚାରୀ, ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଯୋଗ ଦେଇଥିଲେ । ଦିର୍ଘ ଦିନ ହେଲା ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେଣୁ ୨ଟି ବ୍ଲକର କରୋନା ଆକ୍ରାନ୍ତ ମାନେ କୋଉଠୁଓ କେମିତି ସଂକ୍ରମିତ ହେଲେ ତାହା ବର୍ତମାନ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏବଂ ଏହା ଏକ ଜଟିଳ କାର୍ୟ୍ୟ ।ସେହିଭଳି ଶନିବାର ଦିନ ମୟୁରଭଞ୍ଜ ଜିଲ୍ଲାର୧୪ କରୋନା ଆକ୍ରାନ୍ତ ଚିହ୍ଣଟ କରାଯାଇଛି।ସେଥି ମଧ୍ୟରୁ ୧୦ଜଣ ନିଜ ପରିବାର ସହ ରହୁଥିଲେ । ତିନି କରୋନା ଯୋଦ୍ଧା ଏବଂ ଜଣେ ଅସ୍ଥାୟୀ ଶିବିରରେ ଚିହ୍ନଟ କରାଯାଇଛି।ତନ୍ମଧ୍ୟରୁ ଜଣେ କୁସୁମୀ, ଖୁଣ୍ଟା, କୁଳିଅଣା ବ୍ଲକରୁ ଜଣେ ଲେଖାଏଁ, ତିରିଙ୍ଗ ବ୍ଲକ୪ଚାରି ଜଣ ଏବଂ ରରୁଆଁ ବ୍ଲକରୁ ୭ସାତ ଜଣ ଆକ୍ରାନ୍ତ ଚିନ୍ହଟ କରାଯାଇଛି।

Related posts

ଆସୁଛି ବଡ ବାତ୍ୟା ! ଚାଷୀଙ୍କ ମନରେ ବଢିଲାଣି ଭୟ

mahabharatanews

ହାତୀପଲ ଘଉଡାଇବାକୁ ଯାଇ ଯୁବକ ଗୁରୁତର

mahabharatanews

ଏଣିକି ରାସ୍ତାରୁ ପିଚୁ ଖୋଳିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

mahabharatanews