ଓଡିଶା

 ବୈତରଣୀ ଉପରେ ଅଟକିଗଲା  ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

(ପୁରୀ):  ରବିବାର ଦିନ ଝଡ଼ତୋଫାନ ଯୋଗୁ କ୍ଷତିଗ୍ରସ୍ତ ହୋଇ ଭଦ୍ରକ ମଞ୍ଜୁରୀରୋଡ୍‌ ନିକଟ ବୈତରଣୀ ପୋଲ ଉପରେ ଅଟକି ରହିଥିଲା ଭାରତର ଅତ୍ୟାଧୁନିକ ସେମି ହାଇସ୍ପିଡ୍‌ ଟ୍ରେନ୍ ପୁରୀ-ହାଓଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ । ଦୀର୍ଘ ୩ ଘଣ୍ଟା ଧରି ଟ୍ରେନ୍‌ଟି ଟ୍ରାକ୍‌ରେ ଅଟକି ରହିବାପରେ ରେଳବାଇ ଟିମ୍‌ ପହଞ୍ଚି ମରାମତି ଆରମ୍ଭ କରିଛି।

 

ସୂଚନାନୁଯାୟୀ , ଏହି ଡାଉନ୍‌ ଟ୍ରେନ୍‌ଟି ଅପରାହ୍ନ ୪.୩୦ରେ ଯାଜପୁରରୋଡ ଷ୍ଟେସନ ଅତିକ୍ରମ କରିଥିଲା  ବୈତରଣୀ ନଦୀ ସେତୁ ସମ୍ପୂର୍ଣ୍ଣ ପାର୍‌ ହୋଇନଥିବା ବେଳେ ଝଡ଼ତୋଫାନ ଯୋଗୁ ମଞ୍ଜୁରୀରୋଡ୍‌ ରେଳ ଷ୍ଟେସନ୍‌ ମଧ୍ୟବର୍ତ୍ତୀ ଖପୁରିଆପଦାଠାରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିବା ସହ ଗଛଡ଼ାଳ ଭାଙ୍ଗି ଏକ୍ସପ୍ରେସ୍‌ର ଆଗ କାଚ ଭାଙ୍ଗି ଚୂର୍‌ମାର୍‌ ହୋଇଯାଇଥିଲା। ଏହିସମୟରେ ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଦେଇଥିବା କୁହାଯାଉଛି। ୩ ଘଣ୍ଟା ଧରି ଟ୍ରେନ୍‌ ଅଟକି ରହିଥିବା ବେଳେ ଶହ ଶହ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ।

Related posts

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews

ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ରୋଗୀ

mahabharatanews

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ପ୍ରସ୍ତୁତ କଲାଣି ବ୍ଲକ ପ୍ରଶାସନ 

mahabharatanews