ଦେଶ ବିଦେଶ

ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ ।  ଭାରତର ଭିସା ସେବା ବନ୍ଦ କରିବା ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଏହି ନିଷ୍ପତ୍ତି ନେଇଛି । ଛାତ୍ର ନେତା ଓସମାନ ହାଦିର ମୃତ୍ୟୁ ପରେ ବାଂଲାଦେଶରେ ଭାରତ ବିରୋଧୀ ହିଂସା ତେଜିବାରେ ଲାଗିଛି । ବାଂଲାଦେଶର ବିଚ୍ଛିନ୍ନତାବାଦୀ ନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ବିବାଦ ତେଜୁଛି । ଆଉ ଏହାରି ଭିତରେ ନିଜ ଦେଶର ଅଶାନ୍ତି ରୋକିବା ପରିବର୍ତ୍ତେ ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କରିଛି ବାଂଲାଦେଶ। ସେପଟେ ବାଂଲାଦେଶରେ ଫସିରହିଥିବା ମେଡିକାଲ ଛାତ୍ରଛାତ୍ରୀ ଉଦ୍ଧାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଢାକା ଏବଂ ବାଂଲାଦେଶର ବିଭିନ୍ନ ହାଇକମିଶନର କାର୍ଯ୍ୟାଳୟ ଆଗରେ ବାଂଲାଦେଶ ପକ୍ଷରୁ ବିରୋଧ ପ୍ରଦର୍ଶନ ହୋଇଥିଲା ।

ହିଂସାତ୍ମକ ପ୍ରଦର୍ଶନ ପରେ ବାଂଲାଦେଶରେ ଭିସା ସେବା କେନ୍ଦ୍ର ବନ୍ଦ କରିଥିଲା ଭାରତ । ଜବାବରେ ନୂଆଦିଲ୍ଲୀରେ ଥିବା ବାଂଲାଦେଶ ହାଇକମିଶନ ସମସ୍ତ ପ୍ରକାରର ଭିସା ଏବଂ କନସୁଲାର ସେବାକୁ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି। ଅନ୍ୟପଟେ ବୈଶ୍ୱିକ ସ୍ତରରେ ୟୁନୁସ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଛି। କେବଳ ଦିଲ୍ଲୀ ନୁହେଁ, ପଶ୍ଚିମବଙ୍ଗର ସିଲିଗୁଡ଼ି ଏବଂ ତ୍ରିପୁରାର ଅଗରତାଲାରେ ଥିବା ବାଂଲାଦେଶୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସେମାନଙ୍କର ସେବା ସ୍ଥଗିତ ରଖିଛନ୍ତି। ୨୦ ଡିସେମ୍ବରରେ ‘ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ସେନା’ର ପ୍ରାୟ ୨୦-୨୫ ଜଣ ସଦସ୍ୟ ଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନ ବାହାରେ ବିକ୍ଷୋଭ କରିଥିଲେ। ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟାକୁ ବିରୋଧ କରି ଏହି ଆନ୍ଦୋଳନ ହୋଇଥିଲା। ଭାରତ ଏହାକୁ ଏକ ସାଧାରଣ ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କହିଥିବା ବେଳେ ବାଂଲାଦେଶ ଏହାକୁ ନିଜ କର୍ମଚାରୀଙ୍କ ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ କାର୍ଯ୍ୟ ବନ୍ଦ କରିଛି । ମୁସଲିମ୍ ବହୁଳ ବାଂଲାଦେଶରେ ହିନ୍ଦୁ ହେଉଛନ୍ତି ସଂଖ୍ୟାଲଘୁ । ଏବେ ବାଂଲାଦେଶ ଅଶାନ୍ତ ହୋଇ ଉଠିଥିବା ବେଳେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ମାରି ଦେଇଛନ୍ତି ଆନ୍ଦୋଳନକାରୀ ।

Related posts

ଯାନ୍ତ୍ରିକ ତ୍ରୁଟି ଯୋଗୁଁ CUET UG ପରୀକ୍ଷା ବିଳମ୍ବ, କ୍ଷମା ମାଗିଲା NTA

mahabharatanews

ପୁଣି ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ

mahabharatanews

ଇନଷ୍ଟାଗ୍ରାମରେ ଶିଶୁ ସୁରକ୍ଷା ଉଲ୍ଲଂଘନ: ମେଟାକୁ କେନ୍ଦ୍ର ସରକାରଙ୍କ କଠୋର ନୋଟିସ

mahabharatanews