ଖେଳ

ବାରବାଟୀ ଟି-୨୦: ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

କଟକ: ଆସନ୍ତାକାଲି ବାରବାଟୀ ଟି-୨୦ ମ୍ୟାଚକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ କରିବେ । ଏଣୁ ଉଚ୍ଚସ୍ତରୀୟ ଅଧିକାରୀମାନେ ଶୁକ୍ରବାର ବାରବାଟୀକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ଇଡେନ ଗାର୍ଡେନ ପରି ବାରବାଟୀରେ ମଧ୍ୟ ଏକ ଘଣ୍ଟି ଲଗାଯିବ । ମୁଖ୍ୟମନ୍ତ୍ରୀ ଘଣ୍ଟି ବଜାଇ ମ୍ୟାଚ ଆରମ୍ଭ ହେବାର ସଙ୍କେତ ଦେବା ନେଇ ଯୋଜନା ରହିଛି ।

ବାରବାଟୀରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିବେ । ଏଣୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ପୋଲିସ ଡିଜି ସୁନୀଲ ବଂଶଲ, ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶି,ଆରଡିସି ସୁରେଶ କୁମାର ଦଳାଇ, ଡିସିପି ପିନାକ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିସନର ଅନନ୍ୟା ଦାସ, ଓସିଏ ସମ୍ପାଦକ ସ˚ଜୟ ବେହେରା ପ୍ରମୁଖ ଷ୍ଟାଡିୟମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆଲୋଚନା କରିଥିଲେ ।

Related posts

ଅମ୍ପାୟାର ଅସଦ୍ ରଉଫଙ୍କ ବିୟୋଗ

mahabharatanews

ଟି-୨୦ ଆନ୍ତର୍ଜାତିକରୁ ମୁସଫିକର ରହିମଙ୍କ ଅବସର

mahabharatanews

ତାଲିବାନୀଙ୍କ ଆଶ୍ଚର୍ଯ୍ୟ ନିଷ୍ପତ୍ତି

mahabharatanews