(ବରଗଡ଼) : ଦ୍ଵିତୀୟ ଦିନରେ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏବେ ୧୧ ଦିନ ଧରି ଚାଲିବ ବରଗଡ଼ ଧନୁଯାତ୍ରା । ଚଳିତବର୍ଷ ବରଗଡ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ୭୫ବର୍ଷ ପୂରୁଛି। ହାଟପଦାଠାରେ ମହାରାଜ କଂସଙ୍କର ୯୫ ଫୁଟ୍ ଉଚ୍ଚ ଏବଂ ୪୫ ଫୁଟ୍ ପ୍ରସ୍ଥ ବିଶିଷ୍ଟ ରାଜଦରବାର ନିର୍ମାଣ କରାଯାଇଛି। ଯାହା ବିଶ୍ବର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ।
ସୂଚନାନୁଯାୟୀ , ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଲୋକ ମଣ୍ଡପ ପଡ଼ିଆଠାରେ ଚାଲିଥିବା ମହାରାଜା କଂସଙ୍କ ରଙ୍ଗମହଲ ଏବଂ ଗୋପପୁରରେ ନନ୍ଦ ଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହୋଇଯାଇଛି। ଉତ୍ସବମୁଖର ହୋଇପଡ଼ିଛି ବରଗଡ଼ର କୋଣ ଅନୁକୋଣ । ମଥୁରାନଗରୀରେ ୧୧ ଦିନ ବ୍ୟାପୀ କଂସ ମହାରାଜଙ୍କ ରାଜୁତି ଚାଲିବ । ଭିନ୍ନ ଭିନ୍ନ ୧୪ଟି ମୁକ୍ତାକାଶ ମଞ୍ଚରେ ଅଭିନୀତ ହେଉଥିବା ବେଳେ ହାଟପଦାଠାରେ ମହାରାଜା କଂସଙ୍କ ସୁଉଚ୍ଚ ରାଜଦରବାର କାର୍ଯ୍ୟ ଶେଷ ହୋଇଯାଇଛି । ବିଭିନ୍ନ ଦିନରେ ରାଜଦରବାର, ରଙ୍ଗମହଲ ତଥା ନନ୍ଦ ଦରବାରରେ ୧୫୦ଟିରୁ ଊର୍ଦ୍ଧ୍ବ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।
