ଓଡିଶା

ପଞ୍ଚମଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

(ବରଗଡ଼) : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ କମ୍ପୁଛି ମଥୁରା ନଗରୀ । ଖୋଲା ରଙ୍ଗମଞ୍ଚ ବରଗଡ ଧନୁଯାତ୍ରାର ଆଜି ପଞ୍ଚମ ଦିନ । ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପୁରରେ ଦେଖାଦେଇଛି ଉତ୍ସବର ମାହୋଲ । ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ କୃଷ୍ଣ ବଳରାମଙ୍କୁ ପାଖରେ ପାଇଁ ଗୋପପୁର ବାସୀ ଉତ୍ସାହିତ ହୋଇ ପଡିଛନ୍ତି ।

ସୂଚନାନୁଯାୟୀ , କୃଷ୍ଣଙ୍କୁ ଦର୍ଶନ କରି ଗୋପପୁରବାସୀ ଆତ୍ମବିଭୋର ହୋଇପଡ଼ିଥିବା ବେଳେ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ ଘଣ୍ଟବାଦ୍ୟ, ସଙ୍କୀର୍ତ୍ତନରେ ଉଛୁଳି ପଡ଼ୁଛି ଗୋପପୁର ଏବଂ ନନ୍ଦରାଜାଙ୍କ କୋଳରେ ଶ୍ରୀକୃଷ୍ଣ । ଏପଟେ ମଥୁରାରେ ମହାରାଜ କଂସଙ୍କ ରାଜୁତି ଜୋରସୋରରେ ଚାଲିଛି । ପ୍ରଥମେ ଶ୍ୟାମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ନେଇ ମହାରାଜ କଂସଙ୍କୁ ସୂଚନା ମିଳିଛି । ଆଜି ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା,ଗୋପିଙ୍କ ଦଧିବିକା ଦୃଶ୍ୟ ଅଭିନିତ ହେବ ।

Related posts

ଭୁବନେଶ୍ୱରରୁ ଆଉ ୮୯ କରୋନା ପଜିଟିଭ ଚିହ୍ନଟ

mahabharatanews

 ‘ମୋ ବୁଥ୍ ଆପ୍’ ଉନ୍ମୋଚନ

mahabharatanews

ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

mahabharatanews