ଓଡିଶା

ଭୁବନେଶ୍ୱରରୁ ଆଉ ୮୯ କରୋନା ପଜିଟିଭ ଚିହ୍ନଟ

(ରିପୋଟର୍ସ ଟୁଡେ, ଭୁବନେଶ୍ୱର): ଭୁବନେଶ୍ୱରରେ ଆଜି ଆଉ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ଏବେ ସୁଦ୍ଧା କରୋନା ପଜିଟିଭଙ୍କ ସଂଖ୍ୟା ୩ ହଜର ପାର କରିଛି । ଆଜି ଚିହ୍ନଟ ହୋଇଥିବା ୮୯ ସଂକ୍ରମିତଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ଲୋକାଲ କେସ୍ ଥିବା ଜଣାପଡିଛି । ଏନେଇ ଭୂବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏହି ସୂଚନା ଅନୁସାରେ, ଆଇଗିଣିଆ ସ୍ଥିତ ଆଳୁଗଦିରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୫ ବର୍ଷୀୟା ମହିଳା ଜଣେ ଥିବା ବେଳେ ଅନ୍ୟ ସମସ୍ତେ ପୁରୁଷ । ସେହିପରି ରିଜର୍ଭ ପୋଲିସ କଲୋନୀରୁ ୭ ଜଣ, ଗୌତମ ନଗର ବସ୍ତିରୁ ୫ ଜଣ, ବଡଗଡ ନୂଆସାହିରୁ ୪ ଜଣ, ଜିଜିପି କଲୋନୀ ଓ ଚନ୍ଦ୍ରଶେଖରପୁର ଶ୍ରମିକ କଲୋନିରୁ ୩ ଜଣ ଲେଖାଏଁ, ସିବିଆଇ କଲୋନି, ୟୁନିଟ-୬ରୁ ୨ ଜଣ, ପୋଖରିପୁଟ କ୍ରିଷ୍ଣାନଗର, ପୋଖରିପୁଟ ଆନନ୍ଦ ବିହାର, ଭୀମଟାଙ୍ଗୀ, ଆଚାର୍ୟ୍ୟବିହାର, ଚକେଇସିଆଣି, ଡେଲଟା କଲୋନି, ଜାଗମରା, ଟଙ୍କପାଣି ରୋଡ, କଳ୍ପନା ଛକ, ପୁରୁଣା ଭୁବନେଶ୍ୱର ଶ୍ରୀରାମ ନଗର, ପୁରୁଣା ଭୁବନେଶ୍ୱର ରାମେଶ୍ୱର ପାଟଣା, ବଡଗଡ ବ୍ରିଟ କଲୋନି, କପିଳ ପ୍ରସାଦ, ସତ୍ୟନଗର ପଂଜାବୀ କଲୋନିରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଛଡା ଜଣେ ସିଆରିପିଏଫ କର୍ମଚାରୀ ଓ ୨ଟି ଭିନ୍ନ ଭିନ୍ନ ଘରୋଇ ହସ୍ପିଟାଲରୁ ୨ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।

Related posts

୯୦୦ କିଲୋମିଟର ସାଇକଲରେ ଯାତ୍ରା କଲେ ଲୁଗା ବେପାରୀ

mahabharatanews

ରାଜଧାନୀ ଜଗିବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ

mahabharatanews

ସରିଲା ସମସ୍ତ ମୃତଦେହର ଅନ୍ତିମ ସଂସ୍କାର

mahabharatanews