ଓଡିଶାବିଶେଷ

ଥଣ୍ଡା ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର : ଆରମ୍ଭ ହୋଇ ଗଲାଣି ଗ୍ରୀଷ୍ମ ଋତୁ । ଏଭଳି ସମୟରେ ଲୋକ ମାନେ ଥଣ୍ଡା ଜୁସ କି ଥଣ୍ଡା ପାଣି ପିଇବାକୁ ମନବଳାଇ ଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଥଣ୍ଡା ପାଣି ପିଇବା ଦ୍ୱାରା ଅମ ଶରୀରରେ କି କ୍ଷତି ହୋଇଥାଏ । ଆପଣଙ୍କ ଘରେ ପ୍ରାୟତଃ ବୟସ୍କ ବ୍ୟକ୍ତି ମାନେ ଆପଣଙ୍କୁ ଏନେଇ ସଚେତନ କରାଇଥାନ୍ତି ଯେ ଥଣ୍ଡା ପାଣି ପିଇବା ପରିବର୍ତ୍ତେ ସାଧା ପାଣି ପିଇବା ଉଚିତ । ଏହା ଛଡା ମାଟି ହାଣ୍ଡିରେ ବା କଳସରେ ପାଣି ରଖି ପିଇବାକୁ ପରାମର୍ଶ ଦେଇଥାନ୍ତି । ତଥାପି ଅଧିକାଂଶ ଲୋକ ଫ୍ରିଜ ପାଣି ପିଇବାକୁ ପସନ୍ଦ କରିଥାନ୍ତି । ଯାହା ପରିଣାମ ସ୍ୱରୂପ ଶରୀରରେ ବୁ ରୋଗ ସୃଷ୍ଟି ହୋଇଥାଏ ।

ସେପଟେ ଥଣ୍ଡା ପାଣି ପିଇବା ଦ୍ୱାରା ଅନେକ ଅସୁବିଧା ଥିବାର ଏକ ରିପୋର୍ଟରୁ ଜଣା ପଡିଛି । ଯେପରିକି ଥଣ୍ଡା ପାଣି ପିଇବା ଦ୍ୱାରା ଆପଣଙ୍କ ପାଚନ ପ୍ରକ୍ରିୟା କୁ ପ୍ରଭାବ ପକାଇଥାଏ । ଏହା ବ୍ୟତୀତ, ଥଣ୍ଡା ପାଣି ଆପଣଙ୍କ ହୃଦସ୍ପନ୍ଦନକୁ ମଧ୍ୟ ଧୀର କରାଇଥାଏ । ଅର୍ଥାତ ଥଣ୍ଡା ପାଣି ପିଇବା ହୃଦୟ ପକ୍ଷେ କ୍ଷତି କାରକ ହୋଇଥାଏ । ଏଣୁ ଥଣ୍ଡା ପାଣି ପିଇବା ବା ବ୍ୟବହାର କମ୍ କରିବା ଉଚିତ । ନଚେତ୍ ଅନେକ ସମସ୍ୟାର ସମ୍ମୁଖୀନ ହେବେ ।

ଖାଦ୍ୟ ଖାଇବା ପରେ ଯେତେବେଳେ ଆପଣ ଥଣ୍ଡା ପାଣି ପିଇ ଦିଅନ୍ତି ତାପରେ ଖାଦ୍ୟ ହଜମ ହେବା କଷ୍ଟକର ହୋଇ ଯାଇଥାଏ । ଯାହାଫଳରେ କୋଷ୍ଟ କାଠିନ୍ୟ ପରି ସମସ୍ୟ ଦେଖା ଦେଇଥାଏ । ପ୍ରୟତଃ ଆପଣ ଦେଖିଥିବେ ଯେ ଥଣ୍ଡା ପାଣି ପିଇବାପରେ ମୁଣ୍ଡ ବିନ୍ଧା ହୋଇଥାଏ । ଏପରି ହେବାର କାରଣ ହେଉଛି ଯେ ବାରମ୍ବାର ଥଣ୍ଡା ପାଣି ପିଇବା ଫଳରେ ସ୍ନାୟୁ ଜନିତ ଥଣ୍ଡା ହୋଇଥାଏ । ଏଣୁ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଥଣ୍ଡା ପାଣିଠାରୁ ଦୂରେଇ ରହିବା ଉଚିତ ।

Related posts

ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

mahabharatanews

ପ୍ରତିଶୃତି ପରେ କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ ସ୍ଥଗିତ

mahabharatanews

ପୁରୀରୁ ଗୁଜରାଟ ଫେରିଲେ ୧୫ ତୀର୍ଥଯାତ୍ରୀ

mahabharatanews