ଓଡିଶା

ଦିନ ରାତି ଲୋକଙ୍କ ସେବାରେ ଲାଗିଛନ୍ତି ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ

ଯାଜପୁର: ଗତ କିଛି ଦିନ ହେବ ଯାଜପୁର ଜିଲ୍ଲାର ବହୁ ଅଞ୍ଚଳ ବନ୍ୟାଜଳରେ ପ୍ଲାବିତ ହୋଇଥିବା ବେଳେ ଲୋକେ ନାନା ସମସ୍ୟା ମଧ୍ୟରେ ପାଣି ଘେରରେ ରହିଛନ୍ତି । ଅନେକ ସ୍ଥାନରେ ଘରେ ମଧ୍ୟ ପାଣି ପଶି ରହିଛି । ଏପରି ସମୟରେ ଗତକାଲି ବୈତରଣୀ ନଦୀରେ ଘାଇ ସୃଷ୍ଟି ହେବାରୁ ବନ୍ୟା ଜଳରେ ଦଶରଥପୁର, ବରୀ, ଯାଜପୁରର ବହୁ ଅଞ୍ଚଳ ରହିଛି । ଲୋକେ ପ୍ରାୟ ୪ ଦିନ ହେବ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଏପରି ସମୟରେ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବେଶ ଦାସ ଲୋକଙ୍କ ସେବାରେ ଦିନ ରାତି ଏକ କରି ଦେଇଛନ୍ତି । ସେ ଯାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦେବା ସହ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ।
ଦେଖିବାକୁ ମିଳିଛି, ଭବେଶ ଦିନ ରାତି ଲୋକଙ୍କ ଉଦ୍ଧାର କାମରେ ଲାଗିବା ସହ ସେମାନଙ୍କୁ ସୁରକ୍ଷିତ ଆଶ୍ରୟ ଦେଉଛନ୍ତି । ଯେଉଁ ଅଞ୍ଚଳରେ ବନ୍ୟା ଜଳ ଲୋକଙ୍କ ଘରେ ପଶିଛି, ସେଠାରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜିନିଷ ପତ୍ର ମଧ୍ୟ ବୋହୁଛନ୍ତି । ରାତି ଅଧରେ ଜୀବନକୁ ବାଜି ଲଗେଇ ଯେତେବେଳେ ଯିଏ ତାଙ୍କ ସାହାଯ୍ୟ ଲୋଡୁଛି ସେଠାରେ ପହଞ୍ଚି ଯାଉଛନ୍ତି ।ଏହା ବ୍ୟତୀତ ନିଜ ଖର୍ଚ୍ଚରେ ପାଣି ଘେରରେ ଫସିଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟୁଛନ୍ତି । ଏହାକୁ ଦେଖି ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

Related posts

ବିଏମସି ଆରମ୍ଭ କରୁଛି ଟିକ୍ ମି ଆପ: ଘରେ ପହଞ୍ଚିବ ଚାହିଦା ଅନୁଯାୟୀ ସାମଗ୍ରୀ

mahabharatanews

ଭାଇଜାଗ ଗ୍ୟାସ୍ ଟ୍ରାଜେଡ଼ି, ଦୁଃଖ ପ୍ରକାଶ କଲେ ନବୀନ

mahabharatanews

ବ୍ରିଜ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁ ପଡ଼ିଲେ ଦମ୍ପତି

mahabharatanews