ଓଡିଶାରାଜନୀତି

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ; ନଅଟି ପ୍ରସ୍ତାବ ବାଜିବ ମୋହର

ଭୁବନେଶ୍ୱର/ହରପ୍ରସାଦ ବିଷୋୟୀ: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ୫.୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ନଅଟି ପ୍ରସ୍ତାବରେ କ୍ୟାବିନେଟର ମୋହର ବାଜିବା ନେଇ ସୂଚନା ମିଳିଛି ।

ସୂଚନାମୁତାବକ,ଶୀତକାଳୀନ ବିଧାନସଭା ଅଧିବେଶନ ପୂର୍ବରୁ ବସିବ ଶେଷ କ୍ୟାବିନେଟ ବୈଠକ । ଆସନ୍ତା ମେକ ଇନ ଓଡିଶା କନକ୍ଲେଭ ୨୦୨୨ ଓ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ପ୍ରସ୍ତାବରେ ମୋହର ମାରିବ ରାଜ୍ୟ କ୍ୟାବିନେଟ । ବୈଠକରେ ଅର୍ଥ, ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ବ କ୍ରୀଡା ଓ ଶିଳ୍ପ ସମ୍ବନ୍ଧୀୟ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତାରେ କରିବେ । ସେହିପରି ମନ୍ତ୍ରୀ ଗଣ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ ।

Related posts

ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ।

mahabharatanews

ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ

mahabharatanews

ଏମସରେ ଭର୍ତ୍ତି ହେଲେ  ପ୍ରଦୀପ ପାଣିଗ୍ରାହୀ 

mahabharatanews