Uncategorized

ସେପ୍ଟେମ୍ବର ୧୦ରେ ବାୟୁସେନାରେ ସାମିଲ ହେବ ରାଫେଲ

(ନୂଆଦିଲ୍ଲୀ): ଆସନ୍ତାମାସ ୧୦ ତାରିଖରେ ଭାରତୀୟ ବାୟୁସେନାରେ ସ।।ମିଲ ହେବ ରାଫେଲ ଲଢୁଆ ବିମାନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଅମ୍ବାଲା ଏୟାରବେସରେ ଏହି ଦିନ ଫ୍ରାନ୍ସରୁ ଆସିଥିବା ୫ଟି ରାଫେଲ ବିମାନକୁ ବାୟୁସେନାରେ ସାମିଲ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିଙ୍କୁ ଆମନ୍ତ୍ରଣ କରାଯାଇଛି । ଗତମାସ ୨୯ ତାରିଖରେ ପ୍ରାନ୍ସ ନିର୍ମିତ ୫ଟି ଯାକ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଥିଲା । ସେଗୁଡିକୁ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ସୂଚନାଯୋଗ୍ୟ, ଫ୍ରାନ୍ସକୁ ୩୬ଟି ରାଫେଲ ଯୁଦ୍ଧବିମାନ ନିର୍ମାଣ ପାଇଁ ଭାରତ ବରାଦ ଦେଇଥିବା ବେଳେ ପ୍ରଥମ ଦଫାରେ ୫ଟି ବିମାନ ପାଇଛି । ସେଗୁଡିକ ମଧ୍ୟରେ ୩ଟି ସିଙ୍ଗଲ ସିଟେଡ ଓ ୨ଟି ଡବଲ ସିଟେଡ ବିମାନ ରହିଛି ।

Related posts

ଆମେରିକାକୁ ମିଥ୍ୟା ପ୍ରମାଣ କରିବାକୁ ଚୀନ ଦେଲା ତଥ୍ୟ

mahabharatanews

ମାସ୍କ ତିଆରିରେ ବ୍ୟସ୍ତ ଦେଶର ପ୍ରଥମ ମହିଳା

mahabharatanews

ଗ୍ରାମବାସୀଙ୍କ ନିଷ୍ପତ୍ତିରେ ଖ୍ରୀଷ୍ଟଙ୍କ ମୂର୍ତ୍ତି ନିର୍ମାଣ ହୋଇଛି: ଶିବକୁମାର

mahabharatanews