(ସେକ୍ ଫୌଜନ କାଦ୍ରୀ/ଭଦ୍ରକ): ବିଲରୁ ଠାବ ହେଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ । ମୃତଦେହ ନିକଟରୁ ବିଷ ବୋତଲ ମଧ୍ୟ ମିଳିଛି । ମୃତକ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଥାନା ମଙ୍ଗଳପୁର ପଞ୍ଚାୟତର କେଶବ ମାଇତି । ସୁଚନା ଯେ, ସେ ଓଲଙ୍ଗ ଠାରେ ରହି କାମ କରୁଥିଲେ । ତେବେ ତିନି ଦିନ ହେଲା ନିଖୋଜ ଥିଲେ । ପରେ ସ୍ଥାନୀୟ ଲୋକେ ଓ ପରିବାର ଲୋକେ ବହୁ ଖୋଜାଖୋଜି କରୁଥିଲେ । ସଖାଳୁ କେତେକ ଲୋକେ ବିଲ କୁ ଯାଇଥିବା ବେଳେ ମୃତଦେହ ବିଲ ରେ ପଡିଥିବା ଦେଖିଥିଲେ । ଏ ନେଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ କୁ ଖବର ଦେଇଥିଲେ । ତେବେ ଏହା ଆତ୍ମହତ୍ୟା କି ହତ୍ୟା ସେ ନେଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
previous post
next post
