ଓଡିଶା

୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

(ଭୁବନେଶ୍ୱର) : ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ୭ରେ ଲଘୁଚାପ ସୃଷ୍ଟି ପରେ ୯ରେ ଅବପାତ ଓ ୧୧ରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଆସନ୍ତା ୫ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୭ ସୁଦ୍ଧା ଲଘୁଚାପ ହେବ । ତେବେ ଲଘୁଚାପ ପରେ ଏହାର ଗତିପଥ କଣ ହେବ ଓ କେତେ ଘନୀଭୂତ ହେବ ସେ ନେଇ ପାଣିପାଗ ମଡେଲଗୁଡିକ ଭିନ୍ନ ପୂର୍ବାନୁମାନ କରୁଛନ୍ତି ।

ରାଜ୍ୟରେ ଗତ ଦୁଇ ଦିନ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । କିନ୍ତୁ କୌଣସି ସ୍ଥାନରେ ବର୍ଷା ହୋଇନି । ମଙ୍ଗଳବାର ଓ ବୁଧବାର ପାଇଁ ମଧ୍ୟ ବର୍ଷା ପୂର୍ବାନୁମାନ ରହିଛି । ମଙ୍ଗଳବାର ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ ବାଲେଶ୍ୱରରେ ବର୍ଷା ହୋଇପାରେ । ବୁଧବାର ମଧ୍ୟ ଏହି ସବୁ ଜିଲ୍ଲାରେ ବର୍ଷା ହେବ ବୋଲି ବିଭାଗ ଆକଳନ କରିଛି।

Related posts

ବାଇକ୍ ଓ କାର ମୁହଁମୁହିଁ ଧକ୍କା , ଦୁଇ ଗୁରୁତର

mahabharatanews

ଟ୍ରାକ୍ଟରକୁ ଉଦ୍ଧାର କରିବାକୁ ଯାଇ ଫସିଲା ଜେସିବି

mahabharatanews

ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ଦେବୀ ପ୍ରସାଦ ମିଶ୍ର

mahabharatanews