ଓଡିଶାପର୍ବ ପର୍ବାଣି

୨୧ଦିନ ଚାଲିବ ଭଞ୍ଜନଗର ଠାକୁରାଣୀ ଯାତ୍ରା

(ଭଞ୍ଜନଗର/ପ୍ରିୟଦର୍ଶନୀ ସ୍ୱାଇଁ) : ଆଜିଠାରୁ ଆରମ୍ଭ ହେବ ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର‌୍ୟ୍ୟାୟ ପହଞ୍ଚିଛି । ତେବେ କରୋନା ହେତୁ ଦୀର୍ଘ ୬ ବର୍ଷ ପରେ ଆୟୋଜିତ ହୋଇଥିବାରୁ ଅଂଚଳରେ ଖୁସି ର ପରିବେଶ ଦେଖିବାକୁ ମିଳିଛି ।
ଚଳିତ ମାସ ୩ ତାରିଖରୁ ୨୧ଦିନବ୍ୟାପୀ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି। ୨୪ ତାରିଖ ଯାଏ ଅନୁଷ୍ଠିତ ହେବ। ଏଥିସହ ସହରର ବିଭିନ୍ନ ସ୍ଥାନରେ ମୀନାବଜାର ଓ ଅପେରା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସୂଚନାନୁଯାୟୀ , ପ୍ରତି ତିନିବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କୋଭିଡ କଟକଣା ଯୋଗୁଁ ୬ ବର୍ଷ ପରେ ଚଳିତବର୍ଷ ଏହି ଯାତ୍ରା ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି।

 

Related posts

ନାମାଙ୍କନ ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ

mahabharatanews

BMC ଅଫିସ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା

mahabharatanews

ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ ସୂଚନା ଜାରି

mahabharatanews