ଓଡିଶା

ପ୍ରଭୁ ସହ ମିଳନ: ଆଉ ମାତ୍ର ୪୮ ଦିନ    

(ପୁରୀ) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ। ଭକ୍ତ ନିଜର ଧାର‌୍ୟ୍ୟ ହରେଇ ବସିଲାଣି ଚକାନୟନକୁ ଦେଖିବାକୁ । ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କ୍ରମରେ ଆଜି ତିନି ରଥର ମୁଖ୍ୟ ମହାରଣାମାନେ ତୁମ୍ବ ବିନ୍ଧ କାର‌୍ୟ୍ୟ ଜାରି ରଖିଛନ୍ତି। ରଥଖଳାରେ ରଥ ନିର୍ମାଣ କାର‌୍ୟ୍ୟ ଆଜି ଅଷ୍ଟମ ଦିନରେ ପହଞ୍ଚିଛି।

ସେପଟେ ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥ ପାଇଁ ୧୦ଟି ଲେଖାଁଏ ଚକ ପାଇଁ ଆବଶ୍ୟକ ଅର କଣ୍ଟା(ପ୍ରାୟ ୬/୭ ଇଞ୍ଚ ଲମ୍ବା) ପ୍ରସ୍ତୁତି କାର‌୍ୟ୍ୟ ଶେଷ କରିଛନ୍ତି।

 

ଅନ୍ୟ ୯ଟି ତୁମ୍ବର ୭୦ ପ୍ରତିଶତ ବିନ୍ଧ କାର‌୍ୟ୍ୟ ସରିଛି। ଦେବଦଳନ ରଥର ୧୨ ତୁମ୍ବ ଓ ନନ୍ଦିଘୋଷ ରଥର ୧୬ ଟି ତୁମ୍ବର ବିନ୍ଧ କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି।ସେବକମାନେ ପ୍ରତି ରଥର ପ୍ରାୟ ୬ /୬ ଟି ତୁମ୍ବ ପାଇଁ ଆବଶ୍ୟକୀୟ ଅର କଣ୍ଟା ପ୍ରସ୍ତୁତି ଶେଷ କରିଛନ୍ତି।

 

Related posts

କୋଟସମଲାଇରେ ପାତାଳି ମହୋତ୍ସବ ଉଦ୍ୟାପିତ

mahabharatanews

୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା

mahabharatanews

ଗଞ୍ଜେଇ ଜବତ, ୩ ଗିରଫ

mahabharatanews