ଓଡିଶା

ନାମାଙ୍କନ ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ

(ସାଲେପୁର) : ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଚଣ୍ଡୀମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।

ସୂଚନାନୁଯାୟୀ , ଅରିନ୍ଦମ କହିଥିଲେ, ଜନସାଧାରଣଙ୍କ ପାଇଁ କାମ କରିବାକୁ ମୋତେ କୁହାଯାଇଛି। ନିଶ୍ଚିତ ଭାବେ ମୁଁ କାମ କରିବି। ପ୍ରତ୍ୟେକଟି ଲୋକଙ୍କୁ ଚିହ୍ନିବି। ଏତିକି ପ୍ରତିଶ୍ରୁତି ଦେଉଛି ମୋତେ ଯେତେବେଳେ, ଯେଉଁ ସମୟରେ ଖୋଜିବେ ତାଙ୍କ ପାଖରେ ନିଶ୍ଚିତ ପାଇବେ। ପ୍ରଥମେ ଲୋକମାନଙ୍କୁ ଭେଟି ତାଙ୍କ କଥା ଶୁଣିବି, ତାପରେ ଆଗାମୀ ଦିନରେ କ’ଣ କାମ କରିବି ତାହା ନିଷ୍ପତ୍ତି ନେବି। ହେଲେ ଏବେ ଭାଜପା ଲହର ରହିଛି।

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଳିତ

mahabharatanews

ବଡ଼ଦିନ : ପୁରୀରେ ପର୍ଯ୍ୟଟକଙ୍କ ଭିଡ଼

mahabharatanews

କୋଇଲା ବୋଝେଇ ଟ୍ରେନରେ ନିଆଁ

mahabharatanews