ଓଡିଶା

ଦ୍ୱିତୀୟ ଦିନରେ ଭାରତ ଯୋଡୋ ନ୍ୟାୟ ଯାତ୍ରା 

(ଭୁବନେଶ୍ୱର) :  ଭାରତ ଯୋଡୋ ନ୍ୟାୟ ଯାତ୍ରା ଓଡ଼ିଶାରେ ପହଞ୍ଚିଛି । ମଙ୍ଗଳବାର ଠାରୁ ଓଡିଶାରେ ପହଞ୍ଚିଥିବା ବେଳେ ଆଜି ଓଡ଼ିଶାରେ ଏହାର ଦ୍ୱିତୀୟ ଦିନ । ଆଜି ସକାଳୁ ରାଉରକେଲାରୁ ପୁଣି ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ରାଉରକେଲା ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ ଯାତ୍ରା ପରେ ସେଠାରେ ସାଧାରଣ ସଭା କରିବେ ।

ସୂଚନାନୁଯାୟୀ , ରାଣୀବନ୍ଧରୁ ଯାତ୍ରା, କୁତ୍ରା, ବଡଗାଁରେ ଦେବେ ଉଦବୋଧନ । ସୁନ୍ଦରଗଡରେ ପଦଯାତ୍ରା ଓ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାହୁଲଙ୍କ ସହ ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ରହିବେ । ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଗତକାଲି ଝାଡଖଣ୍ଡ ପରେ ସୁନ୍ଦରଗଡ ବୀରମିତ୍ରପୁରଠାରେ ଓଡିଶାରେ ପ୍ରବେଶ କରିଥିଲେ ରାହୁଲ । ଆସନ୍ତାକାଲି ଝାରୁସୁଗୁଡା ମହାତ୍ମା ଗାନ୍ଧୀ ଛକରୁ ପୁଣି ଯାତ୍ରାରେ ବାହାରିବେ । ଅପରାହ୍ନ ୩ଟା ୪୫ରେ ଓଡିଶା-ଛତିଶଗଡ ସୀମା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି ।

Related posts

ମର୍ମନ୍ତୁତ ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତର

mahabharatanews

ଏସିଆନ ପାରା ଗେମ୍ସର ଆଥଲେଟ୍ସଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା

mahabharatanews

ବନ୍ଦେ ଭାରତ ମିଶନ: ୟୁଏଇରୁ ଆସିଲେ ୩୬୩ ଭାରତୀୟ

mahabharatanews