ଓଡିଶା

ସାମାଜିକ ଦୂରତା ଅବଲମ୍ବନ କରି ଶ୍ରମିକ ଦିବସ ପାଳନ

(ନିର୍ମଳେନ୍ଦୁ ମିଶ୍ର, ନରସିଂହପୁର ): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି।ସାର ଦେଶରେ କରୋନା ଭାଇରସ ଭଳି ମହାମାରୀ ଚାଲିଥିବା ବେଳେ ଆଜି ସାମାଜିକ ଦୂରତା ଅବଲମ୍ବନ କରି ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି।ଏହି କାର୍ୟ୍ୟକ୍ରମ ରେ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ମୁଖ୍ୟ ଅତିଥି ଭାବରେ ପତାକା ଉତ୍ତୋଳନ କରି ଶ୍ରମିକ ମାନେ କିଭଳି ଏହି ମହାମାରୀ ରୋଗରୁ ମୁକ୍ତି ପାଇବେ ଓ ବିଦେଶରୁ ନିଜର ଘରକୁ ପ୍ରତ୍ୟାବର୍ତ୍ତନ କରିବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।ଏହି କାର୍ୟ୍ୟକ୍ରମରେ ଶ୍ରମିକ ନେତା ପ୍ରତାପ ପିହାଣ,ମନୋଜ କୁମାର ପଣ୍ଡା ଙ୍କ ପରି ବହୁ ସଂଖ୍ୟକ ଶ୍ରମିକ ଏକାଠି ହୋଇଥିଲେ।

Related posts

ସାମାଜିକ ଦୂରତାକୁ ପଛରେ ପକାଇ ଉଜ୍ଜଳା ଗ୍ୟାସ ପାଇଁ ଭିଡ଼

mahabharatanews

ଆଜି ସୁସ୍ଥ ହେଲେ ଆଉ ୭୨ କରୋନା ସଂକ୍ରମିତ

mahabharatanews

ପଳାଶୁଣୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

mahabharatanews