ଓଡିଶା

ରାଜଧାନୀରେ ବାଲିଯାତ୍ରା ପୂର୍ବରୁ ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟାକୁ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର/ସରୋଜ ରାଉତ : ରାଜଧାନୀରେ ବାଲିଯାତ୍ରା ପୂର୍ବରୁ ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟା, ପାର୍କିଂ ଆଦି ପ୍ରସଙ୍ଗରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗ ଦେଇଥିଲେ । ବିଧାୟକ ଙ୍କ ସହ ବାଲିଯାତ୍ରା କମିଟିର କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଡିସିପିଙ୍କ ଗୁରୁତ୍ୱାରୋପ କରିଥିଲେ। ୨୦୧୭ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ୨୦୧୯ ପର୍ଯ୍ୟନ୍ତ ସୁରୁଖୁରୁରେ ଚାଲୁଥିବା ବେଳେ ଗତ ୨ ବର୍ଷ ହେଲା କରୋନା ପାଇଁ ବନ୍ଦ ଥିଲା। ଓଡ଼ିଶାର ଐତିହ, କଳା, ପରମ୍ପରା ,ଏକତାର ବାର୍ତ୍ତା ଦେବା ପାଇଁ କମିଟି ର ସମସ୍ତ ସଦସ୍ୟ ବଦ୍ଧପରିକର ଥିବା କହିଛନ୍ତି । ୮ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ । ୩୦୦ରୁ ଉର୍ଦ୍ଧ୍ବ ଷ୍ଟଲ ପଡିବ । ପିଲାଙ୍କ ମନୋରଂଜନ ପାଇଁ ମିନାବଜାରର ବ୍ୟବସ୍ଥା କରାଯାଇଛି । ଆଜିର ଏହି ବୈଠକରେ ଅତିରିକ୍ତ ଡିସିପି, ଏସିପି ଜୋନ ୫, ଟ୍ରାଫିକ ଡିସିପି, ମଞ୍ଚେଶ୍ୱର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

କୁଡିଆରେ ନିଆଁ ଲାଗି ୨ ଭଉଣୀ ଜୀବନ୍ତ ଦଗ୍ଧ

mahabharatanews

୨୪ ଘଣ୍ଟାରେ ଘନ କୁହୁଡ଼ି ସମ୍ଭାବନା

mahabharatanews

ବରୀରେ ରାସନ୍ କାର୍ଡ ହିତାଧିକାରୀ ବି ପାଉନି ସରକାରୀ ରିଲିଫ୍

mahabharatanews

Leave a Comment