ଓଡିଶା

ମଞ୍ଚେଶ୍ୱର ସ୍ଥିତ ସରକାରୀ ଔଷଧ ଗୋଦାମରେ ନିଆଁ

(ଭୁବନେଶ୍ୱର) : ଅଚାନକ ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ସରକାରୀ ଔଷଧ ଗୋଦାମରେ ଲାଗିଲା ନିଆଁ ।  ଅଗ୍ନିକାଣ୍ତରେ ଗୋଦାମରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । କୋଭିଡ ସାମଗ୍ରୀ ସହ ମାନିଟାଇଜର ଥିବାରୁ ନିଆଁର ପ୍ରଭାବ ଅଧିକ ଥିଲା । କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ପାଉଁଶ ହୋଇ ଯାଇଥିବା ନେଇ ସୂଚନା ମିଳିଛି ।

ସୂଚନାନୁଯାୟୀ , ତେବେ ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗତକାଲି ପ୍ରାୟ ରାତି ୧୧ଟା ବେଳେ ମହିନ୍ଦ୍ରା ସୋ’ରୁମ ପଛରେ ଥିବା ସେକ୍ଟର-ଏରେ ଥିବା ଔଷଧ ଗୋଦାମରେ ଅଗ୍ନିକାଣ୍ତ ଘଟିଥିଲା । ନିଆଁ ଲାଗିବାର ପ୍ରାୟ ୩୦ ମିନିଟ୍ ପରେ ଦମକଳ ଗାଡ଼ି ପହଞ୍ଚିବା ପରେ ନିଆଁ ଆୟତ୍ତ କରିଥିଲା । ୬ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

Related posts

ସମ୍ବଲପୁର ହସ୍ତଶିଳ୍ପକୁ ପ୍ରସାର କରୁଛନ୍ତି ସମିତ୍

mahabharatanews

ଲୋନ ପରିଶୋଧ ନ କରିପାରିବାରୁ ସିଲ୍ ହେଲା ଘର

mahabharatanews

ନାଗରିକ ସଂଶୋଧନ ଅଧିନିୟମ ସମ୍ପର୍କିତ କର୍ମଶାଳା ।

mahabharatanews