ଖେଳ

ସନରାଇଜର୍ସ ହାଇଦ୍ରାବଦରେ ଭୁବନେଶ୍ୱରଙ୍କ ସ୍ଥାନ ନେଲେ ପୃଥ୍ୱୀରାଜ ୟାରା

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଦଳ ସନରାଇଜର୍ସ ହାଇଦ୍ରାବଦ ଦଳରେ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କୁ ବାଦ ଦିଆଯାଇଛି । ଭୁବନେଶ୍ବର ଆଘାତପାଇବା ପରେ ତାଙ୍କୁ ଚଳିତ ଆଇପିଏଲରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ୨୨ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ପୃଥ୍ବୀ ରାଜ ୟାରାଙ୍କୁ ସାମିଲ କରାଯାଇଛି। ଏନେଇ ଦଳ ପକ୍ଷରୁ ଟ୍ବିଟର୍‌ ଯୋଗେ ସୂଚନା ଦିଆଯାଇଛି।
ଭୁବନେଶ୍ବର କୁମାର ଚେନ୍ନଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ଜଂଘର ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ସେ ପଡ଼ିଆ ଛାଡ଼ି ଚାଲି ଯାଇଥିଲେ। ଗତ ରବିବାର ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷ ମ୍ୟାଚ୍‌ରେ ଭୁବନେଶ୍ବର ଖେଳି ନ ଥିଲେ। ପରବର୍ତ୍ତୀ ସମୟରେ ସେ ଆଇପିଏଲ୍‌ରୁ ବାଦ୍‌ ପଡ଼ିବା ନେଇ ସନ୍‌ରାଇଜର୍ସ ଦଳ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ସଂପୂର୍ଣ୍ଣ ସୁସ୍ଥ ହେବାକୁ ଭୁବନେଶ୍ବର କୁମାରଙ୍କୁ ୬ରୁ ୮ ସପ୍ତାହ ଲାଗିପାରେ ।
ଆନ୍ଧ୍ରପ୍ରଦେଶର ଯୁବ ଦ୍ରୁତ ବୋଲର ପୃଥ୍ବୀ ରାଜ୍‌ ୧୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୩୯ଟି ୱିକେଟ୍ ହାସଲ କରିଛନ୍ତି। ଗତବର୍ଷ ପୃଥ୍ବୀ ରାଜ୍‌ ଆଇପିଏଲ୍‌ରେ କଲକାତା ନାଇଟ୍‌ ରାଇଡର୍ସରେ ସାମିଲ ଥିଲେ।

 

Related posts

ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ

mahabharatanews

ଧୋନୀଙ୍କୁ ମେଣ୍ଟର ଚୟନ କରିବାକୁ ନେଇ ଜଡେଜାଙ୍କ ପ୍ରଶ୍ନ

mahabharatanews

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

mahabharatanews