ଓଡିଶାଭାରତ

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ

ଭୁବନେଶ୍ୱର : କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଅଧିକାରୀଙ୍କୁ ସଙ୍କୁଚିତ କରିବା ବିରୋଧରେ ଟ୍ରେଡ ୟୁନିୟନ ସଂଗଠନ ମାନେ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ଦୁଇ ଦିନିଆ ସାଧାରଣ ଧର୍ମଘଟରେ ପ୍ରଭାବଶୂନ୍ୟ ହୋଇଛି ଭୁବନେଶ୍ୱର । ସକାଳୁ ସକାଳୁ ପ୍ରାୟ ମୋ ବସ ସମେତ ରେଳ ପ୍ରଭାବିତ ହୋଇଥିଲା କିନ୍ତୁ ଅନ୍ୟ ସବୁ ବ୍ୟବସ୍ଥା ଯାରି ରହିଥିଲା । ସକାଳୁ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହି ଥିଲା କିନ୍ତୁ ଅପରାହ୍ନ ବେଳକୁ ପୁଣି ସବୁ କିଛି ସାଧାରଣ ଭାବେ ଚାଲିଥିଲା । ଏପଟେ ସରକାରୀ କାର୍ଯ୍ୟାଳୟ ମଧ୍ୟ ଦିନ ତମାମ ଖୋଲା ରହିଥିଲା । ବିକ୍ଷୋଭ ସମୟରେ ଘରୋଇ ବସ ଗୁଡିକୁ ଅଟକାଇ ଦିଆଯାଇଥିଲେ ମଧ୍ୟ କିଛି ସମୟ ପରେ ଏହା ନିଜ ଗନ୍ତବ୍ୟ ସ୍ଥଳକୁ ଫେରିଯାଇଥିଲା ।

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ :
ପ୍ରାୟ ୫୦ରୁ ଉଦେ୍ଧ୍ୱାର୍ ଭିକ୍ଷୋଭକାରୀ ସକାଳ ୬ ଟାରେ ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ଜନଶତାବ୍ଦୀ ଏକ୍ସପ୍ରେସ ୬ଟା ୫୫ରେ, ୬ଟା ୩୫ରେ ଛାଡିବାକୁ ଥିବା ବଳାଙ୍ଗିର ଇଣ୍ଟରସିଟି ୬.୫୫ରେ ଛାଡିଥିଲା । ଏଥିରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ପ୍ରସାଦ ସିଂହଦେଓ, ବିକେଏମୟୁଆର ରାଜ୍ୟ ସମ୍ପାଦକ ସୁର ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ । ମାଷ୍ଟର କ୍ୟାଣ୍ଟିନରେ ମୋ ବସ୍ ସାମ୍ନାରେ ଭିକ୍ଷୋଭ ହେବାରୁ ବସ ଷ୍ଟାଣ୍ଡରୁ ବାହାରି ପାରିନଥିଲା ।

ଅଟୋ ଭଡା ଓ ପେଟ୍ରୋଲ ବୃଦ୍ଧି :
ଏହି ଭିକ୍ଷୋଭ ହେତୁ ମୋ ବସ ପ୍ରଭାବିତ ହେବାରୁ ସାଧାରଣ ଲୋକ ମଧ୍ୟ ପ୍ରଭାବିତ ହୋଇଥିଲେ । କାରଣ ମୋ ବସରେ ଯାଉଥିବା ବ୍ୟକ୍ତିଙ୍କୁ ଅଟୋ ଭଡା କରି ଗନ୍ତବ୍ୟ ସ୍ଥଳକୁ ଯିବାକୁ ପଡିଥିଲା । ଯାହାଫଳରେ ୨୦ ଟଙ୍କାରେ ଲୋକ ଯାତାୟତ କରୁଥିବା ବେଳେ ୧୫୦ ଟଙ୍କା ଦେଇ ଅଟୋରେ ଯିବାକୁ ପଡୁଛି ।

ଆମ୍ବୁଲାନ୍ସ ପ୍ରଭାବିତ:
ରାସ୍ତା ଉପରେ ଭିକ୍ଷୋଭ କରିବା ଫଳରେ ଚାରିଆଡୁ ରାସ୍ତା କିଛି ସମୟ ପାଇଁ ଜମା ହୋଇଯାଇଥିଲା । ଯାହାଫଳରେ କୋଲିକତାରୁ ଆସୁଥିବା ଆମ୍ବୁଲାନ୍ସ ଅଚାର୍ଯ୍ୟ ବିହାର ଛକରେ ଫସିଯାଇଥିଲା । ଏତେ ମାତ୍ରାରେ ଗାଡି ଗୁଡିକ ଫସିଯାଇଥିଲା ଯେ ଆମ୍ବୁଲାନ୍ସକୁ ସେଠାରୁ ବାହାର କରିବା ଅସମ୍ଭବଥିଲା । ସେଥି ପାଇଁ ଆମ୍ବୁଲାନ୍ସକୁ ରଙ୍ଗ ରୁଟରେ ନେଇ ଫ୍ଲାଏ ଓଭର ଉପରେ ନିଆ ଯାଇଥିଲା ।

Related posts

ବଢୁଛି ତାତି; ରାଜ୍ୟବାସୀଙ୍କ ପାଇଁ ଏସ୍‌ଓପି ଜାରି

mahabharatanews

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

mahabharatanews

ସବସିଡିରେ ୫ ରାଜ୍ୟରୁ ଓଡିଶା ଆଗୁଆ

mahabharatanews