ଓଡିଶାଭାରତ

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ

ଭୁବନେଶ୍ୱର : କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଅଧିକାରୀଙ୍କୁ ସଙ୍କୁଚିତ କରିବା ବିରୋଧରେ ଟ୍ରେଡ ୟୁନିୟନ ସଂଗଠନ ମାନେ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ଦୁଇ ଦିନିଆ ସାଧାରଣ ଧର୍ମଘଟରେ ପ୍ରଭାବଶୂନ୍ୟ ହୋଇଛି ଭୁବନେଶ୍ୱର । ସକାଳୁ ସକାଳୁ ପ୍ରାୟ ମୋ ବସ ସମେତ ରେଳ ପ୍ରଭାବିତ ହୋଇଥିଲା କିନ୍ତୁ ଅନ୍ୟ ସବୁ ବ୍ୟବସ୍ଥା ଯାରି ରହିଥିଲା । ସକାଳୁ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହି ଥିଲା କିନ୍ତୁ ଅପରାହ୍ନ ବେଳକୁ ପୁଣି ସବୁ କିଛି ସାଧାରଣ ଭାବେ ଚାଲିଥିଲା । ଏପଟେ ସରକାରୀ କାର୍ଯ୍ୟାଳୟ ମଧ୍ୟ ଦିନ ତମାମ ଖୋଲା ରହିଥିଲା । ବିକ୍ଷୋଭ ସମୟରେ ଘରୋଇ ବସ ଗୁଡିକୁ ଅଟକାଇ ଦିଆଯାଇଥିଲେ ମଧ୍ୟ କିଛି ସମୟ ପରେ ଏହା ନିଜ ଗନ୍ତବ୍ୟ ସ୍ଥଳକୁ ଫେରିଯାଇଥିଲା ।

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ :
ପ୍ରାୟ ୫୦ରୁ ଉଦେ୍ଧ୍ୱାର୍ ଭିକ୍ଷୋଭକାରୀ ସକାଳ ୬ ଟାରେ ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ଜନଶତାବ୍ଦୀ ଏକ୍ସପ୍ରେସ ୬ଟା ୫୫ରେ, ୬ଟା ୩୫ରେ ଛାଡିବାକୁ ଥିବା ବଳାଙ୍ଗିର ଇଣ୍ଟରସିଟି ୬.୫୫ରେ ଛାଡିଥିଲା । ଏଥିରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ପ୍ରସାଦ ସିଂହଦେଓ, ବିକେଏମୟୁଆର ରାଜ୍ୟ ସମ୍ପାଦକ ସୁର ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ । ମାଷ୍ଟର କ୍ୟାଣ୍ଟିନରେ ମୋ ବସ୍ ସାମ୍ନାରେ ଭିକ୍ଷୋଭ ହେବାରୁ ବସ ଷ୍ଟାଣ୍ଡରୁ ବାହାରି ପାରିନଥିଲା ।

ଅଟୋ ଭଡା ଓ ପେଟ୍ରୋଲ ବୃଦ୍ଧି :
ଏହି ଭିକ୍ଷୋଭ ହେତୁ ମୋ ବସ ପ୍ରଭାବିତ ହେବାରୁ ସାଧାରଣ ଲୋକ ମଧ୍ୟ ପ୍ରଭାବିତ ହୋଇଥିଲେ । କାରଣ ମୋ ବସରେ ଯାଉଥିବା ବ୍ୟକ୍ତିଙ୍କୁ ଅଟୋ ଭଡା କରି ଗନ୍ତବ୍ୟ ସ୍ଥଳକୁ ଯିବାକୁ ପଡିଥିଲା । ଯାହାଫଳରେ ୨୦ ଟଙ୍କାରେ ଲୋକ ଯାତାୟତ କରୁଥିବା ବେଳେ ୧୫୦ ଟଙ୍କା ଦେଇ ଅଟୋରେ ଯିବାକୁ ପଡୁଛି ।

ଆମ୍ବୁଲାନ୍ସ ପ୍ରଭାବିତ:
ରାସ୍ତା ଉପରେ ଭିକ୍ଷୋଭ କରିବା ଫଳରେ ଚାରିଆଡୁ ରାସ୍ତା କିଛି ସମୟ ପାଇଁ ଜମା ହୋଇଯାଇଥିଲା । ଯାହାଫଳରେ କୋଲିକତାରୁ ଆସୁଥିବା ଆମ୍ବୁଲାନ୍ସ ଅଚାର୍ଯ୍ୟ ବିହାର ଛକରେ ଫସିଯାଇଥିଲା । ଏତେ ମାତ୍ରାରେ ଗାଡି ଗୁଡିକ ଫସିଯାଇଥିଲା ଯେ ଆମ୍ବୁଲାନ୍ସକୁ ସେଠାରୁ ବାହାର କରିବା ଅସମ୍ଭବଥିଲା । ସେଥି ପାଇଁ ଆମ୍ବୁଲାନ୍ସକୁ ରଙ୍ଗ ରୁଟରେ ନେଇ ଫ୍ଲାଏ ଓଭର ଉପରେ ନିଆ ଯାଇଥିଲା ।

Related posts

କରୋନାସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଭିମସାରର ୧୫ ଜଣଙ୍କୁ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ

mahabharatanews

ଏନଆଇଟି ପରୀକ୍ଷା  ଅନଲାଇନରେ ହେବାକୁ ନିଷ୍ପତ୍ତି

mahabharatanews

ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ

mahabharatanews