ଓଡିଶା

ଅଘୋଷିତ ବିଦ୍ୟୁତ କାଟ୍ ପାଇଁ ତେଜୁଛି ଜନ ଅସନ୍ତୋଷ

(ଅଜିତ ସାହୁ, ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦା ରୋଡ, ମୁକୁଳସି, ଭେଲୋରା, ପାଉଁଶକୁଲି, ସିଂଲା, କରୁଆ ଆଦି ଅଞ୍ଚଳରେ ଲଗାତାର କିଛି ଦିନ ଧରି ଲୋ ଭୋଲଟେଜ ସାଙ୍ଗକୁ ଘନ ଘନ ବିଦ୍ୟୁତ କାଟ୍ ଲୋକଙ୍କ ଚିନ୍ତା ବଡ଼ାଇ ଦେଇଛି। ଏନେଇ ବସ୍ତା ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ମୁଣ୍ଡ ଫଟା ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଲୋକେ ଅତିଷ୍ଠ ହେଉଥିବା ବେଳେ, ବିଜୁଳି ସମସ୍ୟା ପାଇଁ ଉଠା ଜଳ ସେଚନରୁ ପାଣି ମଧ୍ୟ ଆଵଶ୍ୟକତା ମୁତବାକ ଅଣ୍ଟୁନାହିଁ । ସେହିଭଳି ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ କାଟ ହେଉଛି। ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ବିଦ୍ୟୁତ ବିଭାଗର ଅପାରଗତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏଥି ପ୍ରତି ନେସ୍କୋ କର୍ତ୍ତୃପକ୍ଷ ଲୋକଙ୍କ ସମସ୍ୟାକୁ ଗୁରୁତର ସହକାରେ ନେଇ ସମସ୍ୟାର ସମାଧାନ ପାଇଁ ସାଧରଣରେ ଦାବି ହୋଇଛି। ସମସ୍ୟା ସମାଧାନ ନ ହେଲେ ବିଦ୍ୟୁତ ଉପଭୋକ୍ତାମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କଡା ଚେତାବନୀ ଦେଇଛନ୍ତି।

Related posts

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

mahabharatanews

ବଜାରରେ ନାହିଁ ଆଳୁ: ପୁଣି ବଢ଼ିଲା ଦର

mahabharatanews

“ରାଜ୍ୟ ସରକାରଙ୍କ ଇନପୁଟ୍ ସବସିଡି ଘୋଷଣା ନିର୍ବାଚନ ଭୟରେ ଏକ ପ୍ରହେଳିକା” – ପୃଥ୍ୱୀରାଜ ହରିଚନ୍ଦନ

mahabharatanews