ଓଡିଶା

ବିକଳାନନ୍ଦ କରଙ୍କ ୫୦ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

(ତାରାକାନ୍ତ ନାୟକ / ସାଲେପୁର) : ସାଲେପୁରର ବିଶିଷ୍ଟ ସମାଜସେବୀ ତଥା ସାଲେପୁର ରସଗୋଲା ର ଜନକ ବିକଳାନନ୍ଦ କରଙ୍କ ୫୦ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ସାଲେପୁର ଉଚ୍ଚ ବିଦ୍ୟାଳୟର ଆଡିଟୋରିୟମ ପରିସରରେ ଆୟୋଜିତ ସଭାରେ ବିକଳାନନ୍ଦ କରଙ୍କ ସୁପୁତ୍ର ତଥା ବିକଳାନନ୍ଦ କର ସ୍ମାରକୀ ଟ୍ରଷ୍ଟର ପ୍ରତିଷ୍ଠାତା ସମାଜସେବୀ ପ୍ରଶାନ୍ତ କୁମାର କର ପୌରହିତ୍ୟ କରିଥିଲେ।ମୁଖ୍ୟ ଅତିଥି ଭାବେ କିଟ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ। ସେହିପରି ବିକଳାନନ୍ଦ କରଙ୍କ ନାମରେ ନାମିତ ଟ୍ରଷ୍ଟ ବିଭିନ୍ନ ସମାଜ ମଙ୍ଗଳ କାରୀ କାର୍ୟ୍ୟ କରୁଥିବାରୁ ପ୍ରଶଂସା କରିଥିଲେ। ବରେଣ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ବିକଳା ନନ୍ଦ କରଙ୍କ ପାଇଁ ସାରା ରାଜ୍ୟରେ ସାଲେପୁରର ଏକ ସୁତନ୍ତ୍ର ପରିଚୟ ରହିଛି ବୋଲି ମତପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ଭାବେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡଃ ପ୍ରଭାସ ଆଚାର୍ୟ୍ୟ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ ର ଅଧକ୍ଷା ପ୍ରକାଶିନୀ ରାୟ ଯୋଗ ଦେଇ ସାଲେପୁର ର ସୁନାମ କ୍ଷେତ୍ରରେ ବିକଳା ନନ୍ଦ କରଙ୍କ ଅବଦାନ ସ୍ମରଣୀୟ ବୋଲି ମତ ପ୍ରକାଶ କରିଥିଲେ।ଏହି ଅବସରରେ ଅତିଥି ମାନେ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ପୁସ୍ତକ ଶ୍ରଦ୍ଧା ସୁମନ ଓ ବିକଳା ନନ୍ଦ କର ଙ୍କ ଉପରେ ଏକ ପ୍ରାମାଣିକ ଚିତ୍ର ( ଡକୁମେଣ୍ଟାରି) କୁ ଉନ୍ମୋଚନ କରିଥିଲେ ।ଅନୁଷ୍ଠାନ ପକ୍ଷରୁ ଅତିଥି ମାନେ କବି ସଦାଶିବ ଦାଶ,ଏସିପି ଅମରେନ୍ଦ୍ର ପଣ୍ଡା,ଶିକ୍ଷାବିତ୍ ଶରତ ଚନ୍ଦ୍ର ମହାପାତ୍ର,ପଣ୍ଡିତ ଡ୍ ଗୌତମ ମହାରଣା,ପ୍ରମୁଖ ଙ୍କୁ ଉତ୍ତରୀୟ,ପୁଷ୍ପ ଗୁଚ୍ଛ,ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ସେହିପରି ବିକଳା ନନ୍ଦ କର ଆଇ ଟି ସି ର କୃତୀ ଛାତ୍ର ଛାତ୍ରୀ ମାନକୁ ଅତିଥି ମାନେ ମାନ ପାତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ୭୦ ଜଣ ରକ୍ତ ଦାତା ସ୍ୱଚ୍ଛା କୃତ ରକ୍ତ ଦାନ କରିଥିଲେ। ସାଲେପୁର କଲେଜ ପରିସରରେ ଅବସ୍ଥିତ ବିକଳା ନନ୍ଦ କରଙ୍କ ପ୍ରତିମୂର୍ତ୍ତି ରେ ଟ୍ରଷ୍ଟ ପକ୍ଷରୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଟ୍ରଷ୍ଟି ହିମାଂଶୁ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜ୍ଞାନରଞ୍ଜନ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ।କାର୍ୟ୍ୟକ୍ରମକୁ ବିକଳାନନ୍ଦ କର ଟ୍ରଷ୍ଟ ର ନିର୍ଦ୍ଦେଶିକା ସାଇ ଶିବାନୀ କର,ସାଇ ପ୍ରିୟା କର, ସମାଜସେବୀ ନାରାୟଣ ପତି,ସାଲେପୁର ପଞ୍ଚାୟତ ସମିତି ପ୍ରାକ୍ତନ ଅଧକ୍ଷ ରବୀନ୍ଦ୍ର ନାଥ କର, ଟ୍ରଷ୍ଟି ଅବ ତନ ଷଡ଼ଙ୍ଗୀ,ଦେବେନ୍ଦ୍ର ନାୟକ,ନବ କିଶୋର କର,ଧ୍ରୁବ ଚରଣ ଲେଙ୍କା,ବିଶ୍ବରଂଜନ ସାହୁ,ଜୟଦେବ ଷଡ଼ଙ୍ଗୀ,ଗୌତମ କର, ମିତ୍ର ଭାନୁ କର,ସତ୍ୟମ୍ କର,ସଂଗ୍ରାମ କର, ଙ୍କ ସମେତ ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।ଟ୍ରଷ୍ଟି ପ୍ରଦୀପ୍ତ କୁମାର କର ଧନ୍ୟବାଦ୍ ପ୍ରଦାନ କରିଥିଲେ।

 

Related posts

ପରଲୋକରେ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର 

mahabharatanews

ଲାଞ୍ଜିଗଡରେ ମାଓ ପୋଷ୍ଟର

mahabharatanews

ସହିଦ୍ ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

mahabharatanews