ଅପରାଧ

ଟ୍ରକ ଚକା ତଳେ ଚାପି ହୋଇଗଲେ ମହିଳା

(ବନବାସୀ ପ୍ରଧାନ/କନ୍ଧମାଳ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜରିଘଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବାଇକକୁ ଗୋଟିଏ ଟ୍ରକ ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ୫୫ ବର୍ଷିୟ ତୁଳସୀ ରଣା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ,କୋଟଗଡ କୁମ୍ଭାର ସାହିରୁ ଏକ ବାଇକ ଯୋଗେ ମାଆ ପୁଅ ତୁମୁଡିବନ୍ଧ ଯାଉଥିଲେ । ଏହି ସମୟରେ ଜରିଘାଟି ଠାରେ ଏକ ଟ୍ରକ ସହ ବାଇକର ଧକ୍କା ହୋଇଥିଲା । ଫଳରେ ମହିଳା ଜଣକ ଟ୍ରକ ଚକା ତଳେ ଚାପି ହୋଇଯାଇଥିଲେ । ତେବେ ବାଇକ ଚାଳକ ଜଣକ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଦୂର୍ଘଟଣା ପରେ ଟ୍ରକ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ କୋଟଗୁଡ ଓ ତୁମୁଡିବନ୍ଧ ପୋଲିସ ପହଞ୍ଚି ମହିଳାଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି ।

Related posts

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା : ଅର୍ଚ୍ଚନାଙ୍କ ଉପରେ ୧୬ଟି ସଙ୍ଗୀନ ଦଫା ଲଗାଇଛି ପୋଲିସ

mahabharatanews

ବଟି ଆଦାୟ କରୁଥିବା ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

mahabharatanews

ହତ୍ୟା ତଦନ୍ତରେ ମହାଦୁର୍ନୀତିର ଆବିର୍ଭାବ

mahabharatanews

Leave a Comment