ଅପରାଧ

ଟ୍ରକ ଚକା ତଳେ ଚାପି ହୋଇଗଲେ ମହିଳା

(ମଧୁସୂଦନ ବହିଦାର/ବଲାଙ୍ଗୀର): ବଲାଙ୍ଗୀର ସହର ସ୍ଥିତ କଚେରୀ ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗାଁର ରଜନୀ ସାହୁ ତାଙ୍କ ସ୍ଵାମୀଙ୍କ ସହିତ ଡାକ୍ତରଖାନାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ମୃତ ମହିଳାଙ୍କ ସ୍ୱାମୀଙ୍କ କହିବାନୁସାରେ, ସେମାନେ ମୋଟର ସାଇକେଲରେ ଆସୁଥିବା ସମୟରେ ପଛପଟୁ ଏକ ଚଉଦ ଚକିଆ ମାଲବାହୀ ଟ୍ରକ ଧକ୍କା ଦେଇଥିଲା । ଫଳରେ ଟ୍ରକର ଚକା ତଳେ ଚାପି ହୋଇ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଉକ୍ତ ଟ୍ରକକୁ ଅଟକ ରଖିବା ସହିତ ଡ୍ରାଇଭରଙ୍କୁ ପଚରା ଉଚୁରା କରିଛି ।

Related posts

ଲାଂଚ ନେଇ ଭିଜଲାନ୍ସ ଜାଲରେ ତହସିଲ କିରାଣୀ

mahabharatanews

ଧଳା ଜହର କାରବାରରେ ଜଣେ ମହିଳା ଗିରଫ

mahabharatanews

ବହିଷ୍କୃତ ପ୍ରସନ୍ନଙ୍କ ଘର ସମେତ ୫ଟି ସ୍ଥାନରେ ଚଢାଉ

mahabharatanews