ଅପରାଧଓଡିଶା

ମିନି ଷ୍ଟାଡିୟମରେ ରେଡ୍ ବେଳେ ବ୍ରାଉନ ସୁଗାର ସହ ବନ୍ଧୁକ ଜବତ

ଅନୁଗୋଳ ଟାଉନ ପୋଲିସକୁ ମିଳିଛି ସଫଳତା । ମଙ୍ଗଳବାର ସକାଳୁ ବ୍ରାଉନ ସୁଗାର ସହ ବନ୍ଧୁକ ଜବତ । ରେଡ୍ ବେଳେ ୩ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ ।

ସୂଚନା ଅନୁଯାୟୀ, ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ମିନି ଷ୍ଟାଡିୟମରେ କିଛି ଯୁବକ ବସି ମଦ୍ୟ ପାନ କରୁଥିଲେ । ଏହା ଦେଖି ପୋଲିସ ଅତର୍କିତ ରେଡ୍ ମାରିଥିଲା । ଯୁବକଙ୍କ ପଚରାଉଚରା କରିବା ସହ ଯାଞ୍ଚ କରିଥିଲା । ତେବେ ସେମାନଙ୍କ ନିକଟରୁ ପ୍ରାୟ ୩୦ ଗ୍ରାମ୍ ବ୍ରାଉନ ସୁଗାର ବାହାରିବା ସହ ଏକ ବନ୍ଧୁକ ଏବଂ ୩ଟି ଅଫୁଟା ଗୁଳି ଜବତ ହୋଇଛି । ଏହା ଛଡ଼ା ଏକ କାର୍ ଏବଂ ଦୁଇଟି ବାଇକ୍ ଜବତ କରିଛି ପୋଲିସ । ଏହି ଘଟଣାରେ ଅନୁଗୋଳ ପୋଲିସ ୩ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ।

Related posts

ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କୁ ବିଧାନସଭା ମନା

mahabharatanews

ଉଦଳା ହସ୍ପିଟାଲରେରେ ବିଶ୍ୱ ସେବିକା ଦିବସ

mahabharatanews

ନାବାଳିକାକୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

mahabharatanews