ଅପରାଧ

ଯାଜପୁରରେ ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ

ଯାଜପୁର(ମହାଭାରତ): ଯାଜପୁର ଜିଲ୍ଲା କୁଆଖିଆ ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । ଅଞ୍ଚଳରେ ବାଇକ ଲୁଟ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ପୋଲିସ । ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୧ଟି ବାଇକ ଏବଂ ୧୫ଟି ମୋବାଇଲ ଫୋନ ଜବତ କରାଯାଇଛି । ସାଧାରଣତଃ ମାର୍କେଟରେ ଯାଇ ସୁଯୋଗ ଦେଖି ବାଇକ ଲୁଟ କରୁଥିଲେ । ଯାଜପୁର ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳର ଅନେକ ସ୍ଥାନରୁ ଏପରି ଲୁଟ ହେବା ନେଇ ଅଭିଯୋଗ ଆସିବା ପରେ ଆକ୍ସ୍ସନ ମୁଡକୁ ଆସିଥିଲା କୁଆଖିଆ ପୋଲିସ । ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଶେଷରେ ଗ୍ୟାଙ୍ଗର ୨ ଲୁଟେରା ଏବଂ ୨ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ଆହୁରି କିଛି ଅଭିଯୁକ୍ତ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ।

Related posts

ବାର ମାଲିକଙ୍କୁ ଖାତିର ପଡୁନି କଟକଣା

mahabharatanews

ଫାଷ୍ଟଫୁଡକୁ ନେଇ ବଚସା ଓ ପରେ ହତ୍ୟା

mahabharatanews

ରିୟାଙ୍କୁ ଦେଇଛନ୍ତି ଡ୍ରାଗ୍ସ ସାରା ଅଲି ଖାନ

mahabharatanews

Leave a Comment