ଓଡିଶା

ବିକ୍ରମ ଲ୍ୟାଣ୍ଡର ଭଗ୍ନାବଶେଷ

(ୱାଶିଂଟନ/ମହାଭାରତ): ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ନ ପାରି ଚନ୍୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଖସି ପଡିଥିଲା । ଏବେ ଏହାର ଭଗ୍ନାବଶେଷ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)କୁ ମିଳିଛି । ଚନ୍ଦ୍ରପୃଷ୍ଠରେ କ୍ରାସ ସାଇଟ୍ର ୭୫୦ ମିଟର ଦୂରରେ ଏହାର ଭଗ୍ନାବଶେଷ ପଡିଥିବା ସୂଚନା ମିଳିଛି । ଚନ୍ଦ୍ରପୃଷ୍ଠରେ ଅବତରଣ ବେଳେ ବିକ୍ରମ ଧକ୍କା ହୋଇଥିବା ସ୍ଥାନ ମଧ୍ୟ ଚିହ୍ନଟ ହୋଇଛି । ଏନେଇ ନାସା ଟ୍ୱିଟରରେ ଏହାର ଏକ ଫଟୋ ଜାରି କରି ସୂଚନା ଦେଇଛି । ସୂଚନାଯୋଗ୍ୟ, ଭାରତର ଐତିହାସିକ ମିଶନ ଚନ୍ଦ୍ରଯାନ-୨ ସଫଳ ହୋଇପାରି ନଥିଲା । ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡି କରାଇବାକୁ ଉଦ୍ୟମ କରିଥିବା ଇସ୍ରୋ ତାର ମିଶନରେ ବିଫଳ ହୋଇଥିଲା । ଚନ୍ଦ୍ରପୃଷ୍ଠରୁ ୨.୧ କିମି ଉଚ୍ଚରେ ଥିବା ସମୟରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

Related posts

ବୃଦ୍ଧ ପିତାଙ୍କ ମୃତ୍ୟୁ ପରେ ୨ପୁତ୍ରକନ୍ୟା ପାଉନାହାଁନ୍ତି ସାହାରା

mahabharatanews

ବିଚ୍ଛିନ୍ନାଞ୍ଚଳରେ ପୁଣି ଲାଗିଲା ମାଓ ପୋଷ୍ଟର

mahabharatanews

ସେଲଫି ହେଲା କାଳ: କପିଳଧାରରୁ ଖସି ୨ ଯୁବକଙ୍କ ମୃତ୍ୟୁ

mahabharatanews