ଓଡିଶା

ବିକ୍ରମ ଲ୍ୟାଣ୍ଡର ଭଗ୍ନାବଶେଷ

(ୱାଶିଂଟନ/ମହାଭାରତ): ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ନ ପାରି ଚନ୍୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଖସି ପଡିଥିଲା । ଏବେ ଏହାର ଭଗ୍ନାବଶେଷ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)କୁ ମିଳିଛି । ଚନ୍ଦ୍ରପୃଷ୍ଠରେ କ୍ରାସ ସାଇଟ୍ର ୭୫୦ ମିଟର ଦୂରରେ ଏହାର ଭଗ୍ନାବଶେଷ ପଡିଥିବା ସୂଚନା ମିଳିଛି । ଚନ୍ଦ୍ରପୃଷ୍ଠରେ ଅବତରଣ ବେଳେ ବିକ୍ରମ ଧକ୍କା ହୋଇଥିବା ସ୍ଥାନ ମଧ୍ୟ ଚିହ୍ନଟ ହୋଇଛି । ଏନେଇ ନାସା ଟ୍ୱିଟରରେ ଏହାର ଏକ ଫଟୋ ଜାରି କରି ସୂଚନା ଦେଇଛି । ସୂଚନାଯୋଗ୍ୟ, ଭାରତର ଐତିହାସିକ ମିଶନ ଚନ୍ଦ୍ରଯାନ-୨ ସଫଳ ହୋଇପାରି ନଥିଲା । ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡି କରାଇବାକୁ ଉଦ୍ୟମ କରିଥିବା ଇସ୍ରୋ ତାର ମିଶନରେ ବିଫଳ ହୋଇଥିଲା । ଚନ୍ଦ୍ରପୃଷ୍ଠରୁ ୨.୧ କିମି ଉଚ୍ଚରେ ଥିବା ସମୟରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

Related posts

ଧାମନଗରରେ ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେପି

mahabharatanews

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ନୂଆ ଅଧ୍ୟକ୍ଷ ହେଲେ ଏଲଏନ ଦାଶ

mahabharatanews

ଆଉ ୧୨ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି

mahabharatanews