ଓଡିଶା

ସ୍କୁଲ ମରାମତିକୁ ନେଇ ଉତ୍ତେଜନା

(ଅଜିତ ସାହୁ/ଜଳେଶ୍ୱର)ମହାଭାରତ: ପ୍ରତ୍ୟେକ ସ୍କୁଲର ରକ୍ଷାଣାବେକ୍ଷଣ ,ତଦାରଖ ପାଇଁ ପ୍ରତି ସ୍କୁଲ ରେ ପରିଚାଳନା କମିଟି ଗଠନ କରିଛନ୍ତି। ହେଲେ ପରିଚାଳନା କମିଟି କିମ୍ବା ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅଗୋଚରରେ ସ୍କୁଲ ରେ ମରାମତି ହେଉଛ ସୁଲ ଵିଲ୍ଡିଂ । ଏହାକୁ କେନ୍ଦ୍ର କରି ସ୍କୁଲ ପରିସରରେ ଉତ୍ତେଜନା।
ଏ ଦୃଶ୍ୟ ହେଉଉଛି , ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ବ୍ରାହ୍ମଣଦା ପଞ୍ଚାୟତ ର ମଜୁନଡିହା ପ୍ରାଇମେରୀ ସ୍କୁଲର । ସ୍କୁଲ ଟି ପାଖାପାଖି ୧୦୦ ବର୍ଷର ପୁରୁଣା ହୋଇଥିବା ବେଳେ ଗତ ଫନି ବାତ୍ୟାରେ ସ୍କୁଲର ଘରର କିଛି ଅଂଶ ଭାଙ୍ଗି ଯାଇଥିଲା। ତେବେ ବାତ୍ୟାରେ ଭାଙ୍ଗି ଯାଇଥିବା ଘରର ପୁନରୁଦ୍ଧାର ପାଇଁ ଦୁଇ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।ଉକ୍ତ ଅର୍ଥ କୁ ବ୍ଲକର କନିଷ୍ଠଯନ୍ତ୍ରୀ ଏବଂ ସରପଞ୍ଚ , ପ୍ରଧାନ ଶିକ୍ଷୟିତ୍ରୀ କିମ୍ବା ସ୍କୁଲ ପରିଚାଳନା କମିଟିକୁ ନଜଣାଇ ମରାମତି କାମ ଆରମ୍ଭ କରିଥିଲେ। ଏମିତିକ କାମ ସମ୍ବନ୍ଧରେ କୌଣସି ସୂଚନା ଫଳକ ଲାଗି ନଥିଲା, କାମ ହେବାର ଚାରି ଦିନ ପରେ କମିଟି ସଭାପତି ଜାଣିପାରି ସରପଞ୍ଚଙ୍କୁ ଘଟଣା ବିଷୟରେ ପଚାରିଥିଲେ। ହେଲେ ସରପଞ୍ଚ ସଭାପତି ଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପୋଲିସ ଛାଉଣୀ କରି ଘର କାମ କରିବାର ଧମକ ଦେଇଥିଲେ। ଅଭିଯୋଗ କରିବାରୁ ରାତାରାତି ସୁଚନା ଫଳକ ଲଗାଯାଇଥିଲା।ଏହାକୁ ନେଇ ସ୍କୁଲସଭାପତି ଗ୍ରାମବାସୀ ଓ ବିଭାଗର ଦୃଷ୍ଟି ଆର୍କିଷଣ କରିବାସହିତ ,ସ୍କୁଲ ପରିସରରେଏକ ବୈଠକ ଡାକିଥିଲେ। ବୈଠକରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଘଟଣା ସମ୍ପର୍କରେ କିଛି ଜାଣି ନାହାନ୍ତି ,କହିବା ପରେ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଉତେଜନା ଦେଖାଦେଇଥିଲା।ତେବେ ସରପଞ୍ଚ ତାଙ୍କ ନାଁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ମିଛ ଷଡଯନ୍ତ୍ର ବୋଲି କହିଛନ୍ତି ।
ତେବେ ମଜୁନଡିହା ପ୍ରାଇମେରୀ ସ୍କୁଲ ପାଇଁ ଫନି ବାତ୍ୟା ସହାୟତା ରାଶି ଦୁଇଲକ୍ଷ ଏବଂ ପଞ୍ଚାୟତ ସହାୟତା ରାଶି ଏକ ଲକ୍ଷ ଅଶି ହଜାର ଟଙ୍କା ମଞ୍ଜୁର ହୋଇ ଥିବାବେଳେ, କନିଷ୍ଠଯନ୍ତ୍ରୀ ସ୍କୁଲକୁ ଚିଠି କରିନାହାନ୍ତି । ମାତ୍ର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମୌଖିକ ଅବଗତ କରାଇଥିବା କହିଛନ୍ତି।
ବାତ୍ୟା ଫନି ଯାଇ ବୁଲ ବୁଲ ଗଲାଣି ଆଜି ପର୍ୟ୍ୟନ୍ତ ଫନି ସହାୟତା ରାଶି ଆସିଥିଲେ ବି ୧୦୦ ଉର୍ଦ୍ଧ୍ବ ବିପଦସଂକୁଳ ଘରକୁ ମରାମତି କରିବା ବଦଳରେ ସରକାରକା ମାଲ ଦରିଆମେ ଡାଲ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଏଥି ପ୍ରତି ଉଚ୍ଚ କର୍ତୁ ପକ୍ଷ, ଜିଲା ପ୍ରସାସନ ଦୃଷ୍ଟି ଦେବାର ଆଵଶ୍ୟକତା ରହିଛି।

Related posts

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ହେବ ସ୍କୁଲ

mahabharatanews

ପୋଲିସ ଜାଲରେ ବାଇକ୍ ଲୁଟେରା

mahabharatanews

ସିଇଓଙ୍କ ପ୍ରେସମିଟ; ଗଞ୍ଜାମରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ

mahabharatanews