ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ବ୍ଳକର ତେଣ୍ଡା ପଞ୍ଚାୟତର ଆମଲାବେଡା ଗ୍ରାମ ସନ୍ନିକଟ ଜୁମ୍ବାଗାଡା କ୍ଷୁଦ୍ର ନଦୀବନ୍ଧ ପ୍ରକଳ୍ପ କୁ ନେଇ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗୀୟ ବୈଷୟିକ ଅଧିକାରୀ ସୁପରିଣ୍ଟେଡେଣ୍ଟ ରମେଶ ଚନ୍ଦ୍ର ସାବତ , ସହକାରୀ ଯନ୍ତ୍ରୀ ଶଙ୍କର ପ୍ରସାଦ ତାଳମୁରୀ, କନିଷ୍ଠ ଯନ୍ତ୍ରୀ ବଲ୍ଲଭ ବେହେରା, ସ୍ଥାନୀୟ ଜନପ୍ରତିନିଧି, ଯାମଦାଗ୍ରାମ ବାସୀ,ରାଜସ୍ଵ କର୍ମଚାରୀ,ବିଡ଼ିଓ ଦେବାଶିଷ ପଣ୍ଡା ,ସଂଜୟ ନାୟକ ଜିଲ୍ଲା ପରିଷଦ ସଦସ୍ୟ ପୁର୍ଣ୍ଣ ଚନ୍ଦ୍ର ମାର୍ଣ୍ଡୀ,ପାସନା ସରପଞ୍ଚ ମାଳତୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଆମଲାବେଡା ଗ୍ରାମବାସୀ ମନ୍ତ୍ରୀ ଓ ବିଭାଗୀୟ କର୍ମଚାରୀଙ୍କୁ ପାଛୋଟି ନେଇଥିଲେ ।
ପରେ ଆମଲାବେଡା ପଡ଼ିଆରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ବିଜେପି ନୃତା ବିଜୁ ଗୋପାଲ ଗୋପ ସଭାପତିତ୍ବ କରିବା ସହ ଜୁମ୍ବାଗାଡା କ୍ଷୁଦ୍ର ନଦୀବନ୍ଧ ପ୍ରକଳ୍ପ ହେଲେ ଜାମଦା ବ୍ଳକରେ ମରୁଡ଼ିର ପ୍ରଦର୍ଶନୀ ସବୁଦିନ ପାଇଁ ଲିଭିଯିବ ।ଏବଂ ଏହା ଜାମୁଦା ଅଂଚଳବାସୀଙ୍କ ଜୀବନ ରେଖା ପାଲଟିବା କଥା କହିଥିଲେ । ଏଠାରେ ପ୍ରକଳ୍ପ ହେଲେ ଯାମଦା ବ୍ଳକର ତେଣ୍ଡରା ପଞ୍ଚାୟତ,ପାସନା, ପଞ୍ଚାୟତ,କୁଲେଇବିରା ପଞ୍ଚାୟତ,ତାରଣା ପଞ୍ଚାୟତ,ଜାମଦା ପଞ୍ଚାୟତର ୫୫୦୦ ହେକ୍ଟର ରୁ ଅଧିକ ଚାଷ ଜମିରେ ଜଳସେଚନ ହୋଇପାରିବ। ଜାମଦା ବାସୀ ଦୁଇଥର ବର୍ଷକୁ ଚାଷ କରି ଆର୍ଥିକ ଲାଭାବାନ ଓ ଆତ୍ମନିର୍ଭରଶୀଳ ହେବା ସହ ଦାଦନ ଖଟିବାକୁ ଆଉ ବାହାର ରାଜ୍ୟକୁ ଯିବେ ନାହିଁ । କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଥିଲେ ବୈଷୟିକ ଟିମ୍ ଆଜିର ସର୍ବେକ୍ଷଣ ରିପୋର୍ଟ ଉପରେ ଆଲୋଚନା କରିବା ସହ ମାସକ ମଧ୍ୟରେ ତାହା ରୂପରେଖ ହୋଇ ସରକାରଙ୍କ ଗାଇଡ ଲାଇନ ଅନୁସାରେ କାମ ତ୍ବରାନ୍ବିତ କରାଯିବ ଏବଂ ୨୦୨୩ ବେଳକୁ ପ୍ରକଳ୍ପ ଆରମ୍ଭ ହେବ.
ବିଧାୟକ ନବ ଚରଣ ମାଝୀ ମଧ୍ୟ ଏହି ପ୍ରକଳ୍ପ ନେଇ ସେ ସରକାରଙ୍କ ସହ ଆଲୋଚନା କରି କାମକୁ ଆଗେଇନେବେ ଏବଂ ଖୁବ୍ ଶିଘ୍ର ଏହି ଅଂଚଳବାସୀଙ୍କ ଜୁମ୍ବାଗାଡା କ୍ଷୁଦ୍ର ନଦୀବନ୍ଧ ପ୍ରକଳ୍ପ ସାକାର ହେବ ।ବହୁ ସଂଖ୍ୟାରେ ଅଂଚଳବାସୀ ଯୋଗ ଦେବାସହ ସୁଚିନ୍ତିତ ତମର ମତାମତ ଦେଇଥିଲେ ।ଜାମଦାବାସୀ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଯୋଗ ଦେଇ ସଫଳ କରାଇଥିବାରୁ ସମସ୍ତଙ୍କୁ ବିଜୁ ଗୋପାଲ ଗୋପ,ସାମନ୍ତ ଗିରି,ସର୍ବେଶ୍ଵର ଦାସ ପ୍ରମୁଖ କୃତଜ୍ଞତା ଜଣାଇଥିଲେ ।