ଓଡିଶା

ବିଜେଡିର ସାମ୍ବାଦିକ ସମ୍ମିଳନୀ

(ଭୁବନେଶ୍ୱର) : ହିଂସା ଏବଂ ରକ୍ତପାତର ଆୟୁଧ ପାଲଟିଛନ୍ତି ବିଜେପି ନେତା। ସାମ୍ବାଦିକ ସମ୍ମିଳନୀରେବିଜେପି ନେତା ସମୀର ମହାନ୍ତିଙ୍କୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ। ବିଜେପିର ବାରିଷ୍ଠ ନେତା ସମୀର ମହାନ୍ତି ଗୁଣ୍ଡାଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ସମୀର ମହାନ୍ତି ଭୁଲିଯାଉଛନ୍ତି ପ୍ରଶାନ୍ତ ଜଗଦେବ ସେହି ନେତା ଯିଏ ମଦ୍ୟପାନ କାରୀ ବିଜେପି କର୍ମୀଙ୍କ ଉପରେ ଗାଡି ଚଡେଇ ଦେଇଥିଲେ। ଏପରିକି କିଛି ଦିନ ତଳେ ବିଜେପି ଟାଉନ ସଭାପତିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସେ କେଉଁଭଳି ଭାବରେ ଏକ ଗୁଣ୍ଡାକୁ ସମର୍ଥନ ଦେଇପାରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି। ଗତ ୨୫ତାରିଖରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ବେଳେ ପ୍ରଶାନ୍ତ ଜଗଦେବ evm ଭାଙ୍ଗିଲେ ସେହିଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ପଳେଇ ଯିବାକୁ ଚେଷ୍ଟା କରୁଥିଲେ। ସଦାବେଳେ ନୀତି ନୈତିକତାର ପାଠ ପଢ଼ାଉଥିବା ଅପରାଜିତା ଶଢଙ୍ଗୀ କାହିଁକି ଚୁପ ବୋଲି ପ୍ରଶ୍ନ କରିଛି ବିଜେଡି। ବିଜେପି କେନ୍ଦ୍ରୀୟ ନେତାଙ୍କୁ ଟାର୍ଗେଟ କାରୀ ବିଜେଡି କହିଛି ସେମାନେ ହେଉଛନ୍ତି ନିର୍ବାଚନ ଟୁରିଷ୍ଟ। ସେମାନେ ବାହାରୁ ଆସି ନିର୍ବାଚନରେ ସାମିଲ ହୋଇଛନ୍ତି। ଯଦି ସାହସ ଅଛି ତେବେ ବିଜେପି ଦଳରେ ଥିବା ଜମି ମାଫିଆକୁ ଓ ଠକଙ୍କୁ ପ୍ରଥମେ ଜେଲ ପଠାନ୍ତୁ ବୋଲି ବିଜେଡି କହିଛି। ବିଜେପି ରକ୍ତପାତ, ହିଂସା ଓ ଗୁଣ୍ଡାଗିରି କରିଛି ଜୁନ ୪ ଲୋକେ ଜବାବ ଦେବେ ।

Related posts

ଖରସ୍ରୋତା ନିଖୋଜ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews

କଲେଜ ପରିସରରେ ଉତ୍ତେଜନାର ମାହୋଲ

mahabharatanews

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

mahabharatanews