ଓଡିଶା

ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

(ଭୁବନେଶ୍ୱର) : ବିଜେଡି ବିରୁଦ୍ଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି। ଚଳିତ ଥର ନିର୍ବାଚନ ପାରି ହେବା ପାଇଁ ବିଜୁ ଜନତା ଦଳ ସରକାରୀ କଳ ବଳ ଲଗାଇବା ସହିତ ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି ଆଶା କର୍ମୀ ଅଙ୍ଗନୱାଡି କର୍ମୀଙ୍କ ବ୍ୟବହାର କରିଛନ୍ତି। କେବଳ ସେତିକି ନୁହେଁ ଗୋଟିଏ ପ୍ରାୟଜିତ ଗଣମାଧ୍ୟମକୁ ମଧ୍ୟ ବ୍ୟବହାର କରିଛନ୍ତି।ଗତ ନିର୍ବାଚନ ଗୁଡିକରେ ବିଜୁ ଜନତା ଦଳ ବୁଥ ragging ସହିତ ପୋଲିସ ମାନଙ୍କ ଲଗାଇବା ଭଳି କାର୍ଯ୍ୟ କରିଛନ୍ତି।
୨୦୧୯ ନିର୍ବାଚନରେ ଯାଜପୁର ଲୋକସଭା ମଣ୍ଡଳୀର ସୁକିନ୍ଦା ବିଧାନସଭା ଏବଂ ଯାଜପୁର ବିଧାନସଭା ରେ ବିଜୁ ଜନତା ଦଳର କିଛି ଆଗ ଧାଡିର ନେତା ମାନେ ବୁଥ ragging କରିଥିଲେ । ତେଣୁ ତେଣୁ ଚଳିତ ନିର୍ବାଚନରେ ସେଭଳି କିଛି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ କରାଇବା ପାଇଁ CEO ଙ୍କୁ ନିବେଦନ କରିଛନ୍ତି।ସେପଟେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନାଉଗାଁ ର ଶିଖର ଗ୍ରାମ ପଞ୍ଚାୟତର ଏମବିକେ ମେମ୍ବର ଫୋନ କରି ଲୋକଙ୍କୁ ପ୍ରଭାବିତ କରିବା ସହ ଧମକଚମକ କରୁଛନ୍ତି । ତେଣୁ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ CEO ଙ୍କୁ ଅନୁରୋଧ କରିଛନ୍ତି ବିଜେପି ପ୍ରତିନିଧି ମଣ୍ଡଳୀ।

Related posts

କୋଭିଡ ନିୟମ ଉଲଙ୍ଘନ ଅଭିଯୋଗ: ଭଡା ଘରେ ଚାଲିଛି କୋଚିଂ ସେଣ୍ଟର

mahabharatanews

କଂଗ୍ରେସ ଦଳରେ ଯୋଗଦେଲେ ବିଜେପି କର୍ମୀ

mahabharatanews

ଆଳୁ ଦର ବୃଦ୍ଧିକୁ ନେଇ ମନ୍ତ୍ରୀଙ୍କ ବୈଠକ

mahabharatanews