ଭାରତ

ବରିଷ୍ଠ ନେତା ଆଜମ ଖାଁଙ୍କୁ ୧୦ ବର୍ଷ ଜେଲ ସହ ୧୪ ଲକ୍ଷ ଟଙ୍କା ଜରିମାନା

(ଦିଲ୍ଲୀ) : ଜୁନ୍ ପହିଲାରେ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ହେବ। ଏହା ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ଆଜମ ଖାଁଙ୍କୁ ରାମପୁରର ଏକ ଅଦାଲତ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୪ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

ସୂଚନାନୁଯାୟୀ , କୋର୍ଟ ବରକତ ଅଲ୍ଲୀ କଣ୍ଟ୍ରାକ୍ଟରଙ୍କୁ ମଧ୍ୟ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୬ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଗତକାଲି ରାମପୁରର ଏମପି-ଏମଏଲଏ କୋର୍ଟ ଆଜମ ଖାଁ ଏବଂ ଠିକାଦାର ବରକତ ଅଲ୍ଲୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୯ରେ ଡୁଙ୍ଗରପୁର ବସ୍ତିକୁ ବଳପୂର୍ବକ ଉଚ୍ଛେଦ ଓ ସେଠାକାର ବାସିନ୍ଦାମାନଙ୍କୁ ଧମକ ଦେବା ଅଭିଯୋଗରେ ଆଜମ ଖାଁଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ୨୦୧୬ ଡିସେମ୍ବର ୬ ତାରିଖରେ ଅବରାର ଡୁଙ୍ଗରପୁର ବସ୍ତିରେ ରହୁଥିବା ଅବରାର ନାମକ ବ୍ୟକ୍ତି ସପା ନେତା ଆଜମ ଖାଁ, ଅବସରପ୍ରାପ୍ତ ପୁଲିସ ସର୍କଲ ଅଫିସର ଆଲି ହାସନ ଏବଂ ଠିକାଦାର ବରକତ ଅଲ୍ଲୀଙ୍କ ବିରୋଧରେ ଘରେ ପଶି ଲୁଟ୍ ଓ ଆକ୍ରମଣ କରିଥିବା ନେଇ ଗଞ୍ଜ ଥାନାରେ ଏତଲା ଦେଇଥିଲେ।

Related posts

ମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟ

mahabharatanews

ଚଳନ୍ତା ଟ୍ରେନରେ ଗୁଳିମାଡ଼ରେ ଗଲା ୪ ଜୀବନ 

mahabharatanews

୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପିର ପ୍ରସ୍ତୁତି 

mahabharatanews