ଓଡିଶା

ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଶ୍ରମିକ ଆହତ

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲାର ଏକ ନିର୍ମାଣାଧୀନ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଆହତ ହୋଇଛନ୍ତି । ଏହାକୁ କେନ୍ଦ୍ର କରି ଗୁରୁବାର ସେଠାରେ ଉତ୍ତେଜନା ଦେଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ହରିଦାସପୁରସ୍ଥିତ ରାମକୋ ସିମେଣ୍ଟ କାରଖାନାରେ ଏଭଳି ଅଘଟଣ ଘଟିଛି । ଗତ ବୁଧବାର ଦିନ ଏଠାରେ କାମ କରୁଥିବା ବେଳେ ଜିତେନ୍ଦ୍ର ମେହଟା ନାମକ ଝାଡଖଣ୍ଡର ଜଣେ ଶ୍ରମିକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ଉକ୍ତ ଶ୍ରମିକଙ୍କ ବିଷୟରେ କାରଖାନା ପକ୍ଷରୁ କୌଣସି ସୂଚନା ଦିଆଯାଉ ନଥିବାରୁ କାରଖାନା ଶ୍ରମିକ ଏବଂ କର୍ମଚାରୀଙ୍କ ପକ୍ଷରୁ ଆନ୍ଦୋଳନ ଚାଲିଥିବା ଜଣାପଡିଛି । ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Related posts

ଝୁଲନ୍ତା ଅବସ୍ଥାରେ ଗଛରୁ ଯୁବକଙ୍କ ମୃତ ଶରୀର ଉଦ୍ଧାର

mahabharatanews

ହୋଟେଲ ‘ ନିମନ୍ତ୍ରଣ’ରେ ଟଙ୍କା ଘୋଟାଲା

mahabharatanews

ପ୍ରଧାନ ଶିକ୍ଷୟତ୍ରୀ ରୂପେ ମୂଖ୍ୟମନ୍ତ୍ରୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କଲେ ସ୍ଵାଧିନା ମଞ୍ଜରୀ ବେହେରା

mahabharatanews