ଓଡିଶା

ବିଜେପି ଆଣିଲା ମୁଲତବୀ ନୋଟିସ : ଦ୍ୱିତୀୟ ଦିନରେ ମୌସୁମୀ ଅଧିବେଶନ

ଭୁବନେଶ୍ୱର(ରିପୋର୍ଟସ ଟୁଡେ)  ଦ୍ୱିତୀୟ ଦିନରେ ଆସି ପହଞ୍ଚିଛି ମୌସୁମୀ ଅଧିବେଶ । ଅଧିବେଶନରେ ବେକାରି ସମସ୍ୟା ଓ ଓଡିଶା ଷ୍ଟାଫ ସିଲେକସନ କେଳେଙ୍କାରୀକୁ ନେଇ ବିଜେପି ଆଣିଛି ମୁଲତବୀ ନୋଟିସ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ନିଜର ମତ ରଖିବେ । ସୂଚନାଯୋଗ୍ୟ, ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗତକାଲି ସାତଟି ବିଲ୍ ଆଗତ ହୋଇଥିଲା। ଅଧିବେଶନର ଦ୍ବିତୀୟାର୍ଦ୍ଧରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ଟ୍ରଷ୍ଟ(ସଂଶୋଧନ) ବିଲ୍-୨୦୨୧ ଏବଂ ଓଡ଼ିଶା ବସ୍ତି ବାସିନ୍ଦାମାନଙ୍କର ଭୂମି ଅଧିକାର (ସଂଶୋଧନ) ବିଲ-୨୦୨୧, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା ଦ୍ରବ୍ୟ ଓ ସେବା କର (ସଂଶୋଧନ) ବିଲ-୨୦୨୧, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍-୨୦୨୧ ଏବଂ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ(ସଂଶୋଧନ) ବିଲ୍-୨୦୨୧, ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ-୨୦୨୧, ବୈଷୟିକ ଶିକ୍ଷା ମନ୍ତ୍ରୀ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍-୨୦୨୧ ଉପସ୍ଥାପନ କରିଥିଲେ। ଏହା ବାଦ୍ ନଗର ଉନ୍ନୟନ ମନ୍ତ୍ରୀ ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ଟ୍ରଷ୍ଟ(ସଂଶୋଧନ) ଅଧ୍ୟାଦେଶ-୨୦୨୧ ମଧ୍ୟ ଉପସ୍ଥାପନ କରିଥିଲେ।
ବିଲ୍ ଉପସ୍ଥାପନ ବେଳେ ବିରୋଧୀ ଦଳ ସଭ୍ୟମାନେ ହଟ୍ଟଗୋଳ କରିଥିଲେ। ସଭ୍ୟମାନଙ୍କୁ ବିଲ୍ ନକଲ ଦିଆଯାଉ ନ ଥିବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆପତ୍ତି ଉଠାଇଥିଲେ। ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ତାହାକୁ ସମର୍ଥନ କରିଥିଲେ।

Related posts

କେଵଳ ଅତ୍ୟାବଶ୍ୟକ ସାମଗ୍ରୀ ସେବା ଦୋକାନ ଖୋଲିବ: ପୁରୀ ଜିଲ୍ଲାପାଳ

mahabharatanews

ଗାଁ କୁ ଯାଇପାରିଲାନି ଆମ୍ବୁଲାନ୍ସ ! ରାସ୍ତାରେ ଜନ୍ମ ଦେଲେ ଶିଶୁକୁ

mahabharatanews

ଭିନ୍ନ ବିଧାୟକ,ଭିନ୍ନ ବ୍ୟକ୍ତିତ୍ୱ

mahabharatanews