(ଦିଲ୍ଲୀ) : ସାଧାରଣ ନିର୍ବାଚନ ପାଇଁ ଜାରି ହେଲା ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚିତ । ସଂକଳ୍ପ ପତ୍ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି । ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ଆଜିର ଦିନ ଅତ୍ୟନ୍ତ ଶୁଭ, ଅନେକ ରାଜ୍ୟରେ ନବବର୍ଷ ପାଳନ ହେଉଛି। ଓଡ଼ିଶାରେ ପଣା ସଂକ୍ରାନ୍ତି ପାଳନ ହେଉଛି ।
ସୂଚନାନୁଯାୟୀ , ଏଭଳି ଶୁଭ ଦିନରେ ବିଜେପି ସଂକଳ୍ପ ପତ୍ର ଜାରି କରିଛି । ନିର୍ବାଚନ ତାରିଖ ଆମର ଫୋକସ ଡିଗ୍ନିଟି ଅଫ୍ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ । ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳତ । ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ । ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ । ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ ଗରିବ ହୁଅନ୍ତୁ କିମ୍ବା ମଧ୍ୟମ ବର୍ଗୀୟ ହୁଅନ୍ତୁ, ଉପକୃତ ହେବେ । ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବୁ ବୋଲି ମୋଦି କହିଛନ୍ତି । ସେହିପରି ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ । ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ । ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରିବୁ । ମହିଳା ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।
