ଓଡିଶାରାଜନୀତି

ଆଜିଠୁ ବିଜେପିର କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ଜେପି ନଡ୍ଡା

ପୁରୀ: ଆଜିଠୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ବସିବ ବୈଠକ । ପ୍ରତିଶ୍ରୁତି ପୂରଣ ପାଇଁ ପ୍ରସ୍ତୁତ ହେବ ସରକାରଙ୍କ ରୋଡ୍ ମ୍ୟାପ୍ । ବୈଠକରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରହିବେ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ । ଆଜି ସକାଳ ୧୦ଟା ୩୦ରେ ପଦାଧିକାରୀ ବୈଠକ ହେବ। ଅପରାହ୍ନ ୨.୩୦ରେ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ଜେ.ପି. ନଡ୍ଡା । ଏହା ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ। ବୈଠକରେ ରାଜନୈତିକ ପରିସ୍ଥିତି, ସାମ୍ପ୍ରତିକ ସରକାରର ଜନ କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା ହେବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।

Related posts

ୱେବପୋର୍ଟାଲ ସମ୍ପାଦକଙ୍କ ନାଁରେ ଆଉ ଏକ ଅଭିଯୋଗ

mahabharatanews

ଗୋପାଳପୁରରେ ତୃଣମୂଳସ୍ତରରୁ ବିଜେଡିକୁ ମଜବୁତ କରିବାକୁ ସାଂସଦ ମାନସ ମଙ୍ଗରାଜଙ୍କ ଆହ୍ୱାନ

mahabharatanews

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି : ୫,୩୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews