ଓଡିଶାଦୁର୍ଘଟଣା

ରାସ୍ତା କାମ ବେଳେ ମାଡିଗଲା ଟ୍ରକ, ୩ ଶ୍ରମିକ ମୃତ

ସୁନ୍ଦରଗଡ: ରାସ୍ତା କାମ ବେଳେ ୩ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ୍‌  । ଦୁର୍ଘଟଣାରେ ୩ ଶ୍ରମିକଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ରାଜା ମୁଣ୍ଡା ବାଇପାସ୍ ଛକ ୫୨୦ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକ  କରାଯାଇଛି। ଫଳରେ ଅଟକି ରହିଛି ରାତ୍ରୀକାଳୀନ ବସ୍‌ ସହ ଟ୍ରକ । ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ବିଧାୟକ ଓ ଲହୁଣିପଡ଼ା ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

Related posts

କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

mahabharatanews

 ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ୍

mahabharatanews

ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍‌ ମାନ୍ୟତା

mahabharatanews