ଓଡିଶାରାଜନୀତି

ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନରହିବା ଏହା ଗୃହ ପାଇଁ ଅସମ୍ମାନ – ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି

ଭୁବନେଶ୍ୱର : ବିଧାନସଭାରେ ସରକାରୀ ଦଳର ସଦସ୍ୟଙ୍କ ଉପସ୍ଥିତ ନରହିବାକୁ ନେଇ ବର୍ଷିଲା ବିରୋଧୀ ଦଳ ବିଜେପି। ଖାଲି ସେତିକି ନୁହେଁ ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନରହିବା ଏହା ଗୃହ ପାଇଁ ଅସମ୍ମାନ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି।

ଅର୍ଥମନ୍ତ୍ରୀଙ୍କ ବିନା ଅନୁପସ୍ଥିତ ରେ ଗୃହରେ ଆଉ କିଏ ବଜେଟ ଉପସ୍ଥାପନ କରିବେ ତାହା ଗଣତନ୍ତ୍ର କୁ ହତ୍ୟା । ଏହା ଖାଲି ଗୃହର ନୁହେଁ ରାଜ୍ୟ ପାଇଁ ଦୁର୍ଭାଗ୍ୟ । ବିଧାନସଭାକୁ ପଛରେ ପକାଇ ସେମାନେ ଉପନିର୍ବାଚନରେ ମାତିବା ବିଜେଡି ପାଇଁ ପଡିବ ମହଙ୍ଗା।ରାଜ୍ୟବାସୀ ସଠିକ୍ ସମୟରେ ଜବାବ ଦେବେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି।

Related posts

ଗସ୍ତର ଅନ୍ତିମ ଦିନରେ ସମ୍ବଲପୁର ଯିବେ ମହାମହିମ 

mahabharatanews

ପ୍ରସଙ୍ଗ ଉପରେ କହିବା ଏବଂ ସେଗୁଡ଼ିକୁ ଉଠାଇବା ନାଟକ ନୁହେଁ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଲଟା ଆକ୍ରମଣ

mahabharatanews

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୮୦ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews