(ଦିଲ୍ଲୀ) : ଚାଲିଗଲେ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେ । ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ‘ବିଜେପି’ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ପୁଅ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ , ୭୪ ବର୍ଷିୟ ହରଦ୍ବାର ଦୁବେ ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଦୁବେଙ୍କୁ ଚିକିତ୍ସା ନିମନ୍ତେ ଦିଲ୍ଲୀ ଅଣାଯାଇଥିଲା। କିନ୍ତୁ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି ରାଜ୍ୟସଭା ସାଂସଦ ହେବା ପୂର୍ବରୁ ସେ ଉତ୍ତର ପ୍ରଦେଶ ସରକାର ଓ ରାଜ୍ୟର ଅନେକ ସଂଗଠନରେ ବିଭିନ୍ନ ପଦପଦବୀରେ ଥିଲେ। ଆଗ୍ରା ରାଜନୀତିରେ ସକ୍ରିୟ ଥିବା ପୂର୍ବତନ ରାଜ୍ୟମନ୍ତ୍ରୀ ଦୁବେ ଦୁଇଥର ବିଧାୟକ ହୋଇଥିଲେ।