ଭାରତରାଜନୀତି

ପରଲୋକରେ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେ

(ଦିଲ୍ଲୀ)  : ଚାଲିଗଲେ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେ । ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ‘ବିଜେପି’ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ପୁଅ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ୭୪ ବର୍ଷିୟ ହରଦ୍ବାର ଦୁବେ ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଦୁବେଙ୍କୁ ଚିକିତ୍ସା ନିମନ୍ତେ ଦିଲ୍ଲୀ ଅଣାଯାଇଥିଲା। କିନ୍ତୁ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି  ରାଜ୍ୟସଭା ସାଂସଦ ହେବା ପୂର୍ବରୁ ସେ ଉତ୍ତର ପ୍ରଦେଶ ସରକାର ଓ ରାଜ୍ୟର ଅନେକ ସଂଗଠନରେ ବିଭିନ୍ନ ପଦପଦବୀରେ ଥିଲେ। ଆଗ୍ରା ରାଜନୀତିରେ ସକ୍ରିୟ ଥିବା ପୂର୍ବତନ ରାଜ୍ୟମନ୍ତ୍ରୀ ଦୁବେ ଦୁଇଥର ବିଧାୟକ ହୋଇଥିଲେ।

 

Related posts

ଧାରା ୧୪୨ ଆଧାରରେ ତତ୍କାଳ ମିଳିପାରିବ ଛାଡ଼ପତ୍ର

mahabharatanews

‘ଜି୨୦’ ବୈଠକକୁ ବିରୋଧ କଲା ଚୀନ

mahabharatanews

ଇସ୍ତଫାକୁ ନେଇ ମୁହଁ ଖୋଲିଲେ ମଣିପୁର ମୁଖ୍ୟମନ୍ତ୍ରୀ  

mahabharatanews