(ମହାଭାରତ): ବ୍ରାଉନସୁଗାର ଭଳି ରାଜଧାନୀରେ ଦେହ ବ୍ୟବସାୟ ମଧ୍ୟ ବଢିବାରେ ଲାଗିଛି । ରାଜଧାନୀ ରାସ୍ତାରେ ଖୁଲମଖୁଲା ଏଭଳି ଦେହ ବ୍ୟବସାୟ ହେଉଥିଲେ ମଧ୍ୟ ପୋଲିସ ଚୁପ୍ ବସିଛି । ପୋଲିସ ଡିସିପି ଏବଂ କମିଶନରଙ୍କ ଅଫିସ ଠାରୁ ୫୦୦ ମିଟର ଭିତରେ ଏଭଳି କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳୁଛି । ଡସିପି ଅଫିସ ଠାରୁ ୫୦୦ ମିଟିର ସତ୍ସଙ୍ଗ ବିହାର ସମ୍ମୁଖ ରାସ୍ତାରେ ଏଭଳି ଦେହ ବ୍ୟବସାୟ ଚାଲୁଥିବା ବେଳେ କମିଶନରେଟ ପୋଲିସ ଅଫିସ୍ ଠାରୁ ମାତ୍ର ୩୦୦ ମିଟର ଦୂର ପାୱାର ହାଉସ୍ ଛକରେ ଏଭଳି କାରବାର ହେଉଥିବା ଦେଖିବାକୁ ମିଳୁଛି । ଏକ ଧଳା ରଙ୍ଗର ଫର୍ଚ୍ୟୁନର କାରରେ ଯୁବତୀମାନଙ୍କୁ ନେବା ଆଣିବା କରାଯାଉଥିବା ଘଟଣା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି କାରବାର ପଛରେ କିଛି ରାଜନେତାଙ୍କ ସମ୍ପୃକ୍ତି ରହୁଥିବାରୁ ପୋଲିସ ଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଭାଲେଣ୍ଟାଇନ ତଥା ପ୍ରେମ ଦିବସରେ ଆଜି କିଛି ସ୍ୱତନ୍ତ୍ର କାର୍ଯ୍ୟରେ କାରଟି ଲାଗିଥିବା ଭଳି ମନେ ହେଉଛି । ଯାହାକୁ ନେଇ ରାଜଧାନୀର ବିଭିନ୍ନ ଖଟିରେ ଚର୍ଚ୍ଚା ଜୋର ଧରିଛି ।
ସତ୍ସଙ୍ଗବିହାର ରାସ୍ତା ସମ୍ମୁଖରେ ଏଭଳି ଦେହ ବ୍ୟବସାୟ ହେଉଥିବା ନେଇ ବହୁବାର ଅଭିଯୋଗ ହୋଇଥିବା ବେଳେ ଏନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଛି । ସେହିପରି ପାୱାର ହାଉସ୍ ଛକରେ ଥିବା କଦମ୍ବ ଗଛ ମୂଳେ ପ୍ରତିଦିନ ଏକ କଟକ ନମ୍ବର ଥିବା ଧଳା ରଙ୍ଗର ଫଚ୍ୟୁନର କାଚରେ କଳା ପ୍ରଲେପ ଥିବା କାର ରହୁଛି । ମିଳିଥିବା ସୂଚନା ଅନୁଯାୟୀ, କାରଟି ବହୁ ସମୟରେ ସେଠାରେ ରହୁଥିବା ବେଳେ କାର ଭିତରେ ସୁନ୍ଦରୀ ଯୁବତୀମାନେ ବସି ରହୁଛନ୍ତି । କାରରେ ସୁନ୍ଦରୀ ଯୁବତୀମାନେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଥିବା ବେଳେ କାରଟି ଜୟଦେବ ବିହାର ଅଞ୍ଚଳରେ ଥିବା ତାରକା ହୋଟେଲଗୁଡିକ ସମ୍ମୁଖରେ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି । କାରଟି ବହୁ ସମୟରେ ଉକ୍ତ କଦମ୍ବ ଗଛ ମୂଳେ ଠିଆ ହେଉଥିବା ବେଳେ ମଝିରେ ମଝିରେ ଯିବା ଆସିବା କରୁଛି । ନିକଟରେ ରାଜଧାନୀରେ ଚାଲୁଥିବା ଦେହ ବ୍ୟବବସାୟରେ ବାଙ୍ଗଲାଦେଶୀ ଯୁବତୀଙ୍କ ସମ୍ପୃକ୍ତି ଉପରେ ପର୍ଦାଫାସ ହୋଇଥିଲା । ତେବେ ଏହି ଫଚ୍ୟୁନର କାରରେ ବାଙ୍ଗାଲାଦେଶୀ ଯୁବତୀ ନେବାଆଣିବା କରୁଥିବା ନେଇ ମଧ୍ୟ ନେଇ ଆଲୋଚନା କରାଯାଉଛି । ବଡ ବଡ ହୋଟେଲ ସମ୍ମୁଖରେ ଉକ୍ତ କାର ରହୁ୍ଥିବା ବେଳେ ଉକ୍ତ କାରରେ ଯୁବତୀମାନଙ୍କୁ ହୋଟେଲ ନିଆଯାଉଥିବା ସୂଚନା ମିଳିଛି । ରାଜଧାନୀରେ କିଛି ବଡ ବଡ ଅଫିସର ଏବଂ ରାଜନେତାଙ୍କ ପାଖକୁ ଉକ୍ତ କାରରେ ଯୁବତୀମାନଙ୍କୁ ଆଣାଯାଉଥିବାରୁ ସେଥିରେ କଳା କାଚ ଲଗାଯାଇଥିବା ଅନୁମାନ କରାଯାଉଛି । ସବୁଠୁ ବଡ କଥା ହେଉଛି କଳା କାଚ ବ୍ୟାନ ଥିବା ବେଳେ ରାଜଧାନୀରେ ଖୁଲମଖୁଲା କଳା କାଚରେ ଉକ୍ତ କାର ବୁଲୁଥିଲେ ମଧ୍ୟ ପୋଲିସ ଉକ୍ତ ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ତେବେ ଏହି ଫଚ୍ୟୁନର କାହାର, ଏଥିରେ କେଉଁ ରାଜନେତାଙ୍କ ସମ୍ପୃକ୍ତି ଅଛି, ବାଙ୍ଗାଲାଦେଶୀ ସେକ୍ସ ର୍ୟାକେଟ୍ ସହ ଏଥିରେ ସମ୍ପୃକ୍ତ ଅଛି କି ନାହିଁ ତାହା ଉପରେ ତଦନ୍ତ ହେଲେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ସର୍ବସାଧାରଣରେ ଦାବି କରାଯାଉଛି ।
