ଓଡିଶା

ଭାରତୀୟ ତଟରକ୍ଷୀ ବାହିନୀରେ ଜାହାଜ ‘ବରାଦ’ ସାମିଲ

ପାରାଦ୍ୱୀପ: ପାରାଦ୍ୱୀପ ତଥା ଭାରତର ପୂର୍ବଉପକୂଳର ସୁରକ୍ଷା ନିମନ୍ତେ ବୁଧବାର ଦିନ ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି କୋଷ୍ଟଗାର୍ଡ ଜାହାଜ ‘ବରାଦ୍’ । ଉପକୂଳ ଅଞ୍ଚଳରେ ପଇଁତରା ଦେବା ପାଇଁ ଉତ୍ତର-ପୂର୍ବ ମୁଖ୍ୟାଳୟରେ ସାମିଲ ହେବା ପରେ ଜାହାଜକୁ ପାରାଦ୍ୱୀପ ଜିଲ୍ଲା ମୁଖ୍ୟାଳୟ-୭ କୁ ପଠାଯାଇଥିଲା । ଲାରସନ୍ ଆଣ୍ଡ ଟୁବ୍ରୋ କମ୍ପାନୀ ଦ୍ୱାରା କାଟୁପାଲ୍ଳୀ ଠାରେ ଏହି ୯୮ ମିିଟର ଲମ୍ବ ଜାହାଜ ନିର୍ମାଣ ହୋଇଛି । ଏହି ଜାହାଜରେ ୩୦ ମିମି ଓ ୧୨.୭ ବନ୍ଧୁକ ସ୍ଥାପିତ ହୋଇଛି । ଗୋଟିଏ ଡବଲ ଇଂଜିନ ହେଲିକାପ୍ଟର ବହନ କରିବାର କ୍ଷମତା ‘ବରାଦ୍୍’ ଜାହାଜରେ ରହିଛି । ୨୧୦୦ ଟନ ଓଜନ ବିଶିଷ୍ଟ ଏହି ଜାହାଜରେ ୯୧୦୦ କିଲୋ ୱାଟ୍ର ଦୁଇଟି ଡିଜେଲ ଇଂଜିନ୍ ରହିଛି । କମାଣ୍ଡାଣ୍ଟ ପିଣ୍ଟୁ ବାଗ୍ଙ୍କ ସମେତ ୧୧ ଜଣ ଅଧିକାରୀ ଓ ୯୧ଜଣ କର୍ମଚାରୀ ରହିଥିବା ଭାରତୀୟ ତଟ୍ଟରକ୍ଷୀ ବାହିନୀ ପାରାଦ୍ୱୀପ ମୁଖ୍ୟାଳୟ-୭ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।

Related posts

ହାତୀ ଭୟରେ ସ୍କୁଲ ଛୁଟି, କାବୁ କରିବାକୁ ବନ ବିଭାଗର ଉଦ୍ୟମ

mahabharatanews

ନେତାଜୀ ଟର୍ମିନାଲ ନିର୍ମାଣକୁ ହାଇକୋର୍ଟଙ୍କ ଝଟକା

mahabharatanews

ସୁରୁଖୁରୁରେ ନୀତିକାନ୍ତି ସମ୍ପନ୍ନ: ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ତିନି ରଥ

mahabharatanews